20.1 C
Bhubaneswar
Wednesday, December 31, 2025
Homeଓଡିଶାଓଲଟିଲା କାର୍‌: ଜଣେ ମୃତ

ଓଲଟିଲା କାର୍‌: ଜଣେ ମୃତ

ସୁନ୍ଦରଗଡ: ସୁନ୍ଦରଗଡରେ ଭୟଙ୍କର ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟି ପଡିଛି କାର୍ । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ମୃତକଙ୍କୁ ସୁନ୍ଦରଗଡ ପାତ୍ରପଡାର ସମ୍ପନ୍ନ ପାଣିଗ୍ରାହୀ ବୋଲି ଚିହ୍ନଟ କରାଯାଇଛି । ସୁନ୍ଦରଗଡ-ଏମସିଏଲ ରାସ୍ତା ବନ୍ଧପାଲି ଇବସେତୁ ନିକଟରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ କାର୍‌ରେ ୩ ଜଣ ଯୁବକ ବନ୍ଧୁପାଲରୁ ସୁନ୍ଦରଗଡ ଆସୁଥିଲେ । ସେତୁ ପୂର୍ବ ବୁଲାଣିରେ କାରଟି ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡିଥିଲା । ଫଳରେ କାର୍ ତଳେ ଚାପି ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ । ସେଠାରୁ ପରିବାର ଲୋକେ ବରଗଡ ବିକାଶ ହସ୍ପିଟାଲକୁ ନେଇଥିଲେ । ଘଟଣାସ୍ଥଳରୁ ପୋଲିସ କାରକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking