କୋରାପୁଟ: ଭାରସାମ୍ୟ ହରାଇ ରାସ୍ତାକଡ ଆମ୍ବ ଗଛକୁ ଧକ୍କା ଦେଲା କାର । ଘଟଣାସ୍ଥଳରେ ଗାଡି ଚାଳକଙ୍କ ସେମତ ୨ ଜଣ ଯୁବକଙ୍କ ମୃତ୍ୟୁ । କୋରାପୁଟ ନନ୍ଦପୁର ଠାରୁ ପାଡୁଆ ମୁଖ୍ୟ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ଏହି କାର ନନ୍ଦପୁରରୁ ପାଡୁଆ ଦିଗକୁ ଯାଉଥିବା ବେଳେ ରାସ୍ତାକଡରେ ଥିବା ଏକ ଆମ୍ବ ଗଛକୁ ଧକ୍କା ଦେଇଥିଲା । ଦୁର୍ଘଟଣାର ଭୟାବହତା ଏପରି ଥିଲା ଯେ, ଗାଡିଟି ଭାରି କ୍ଷତିଗ୍ରସ୍ତ ହୋଇ ଆରୋହୀମାନେ ଭିତରେ ଚାପି ହୋଇ ରହିଥିଲେ । ନନ୍ଦପୁର ଅଗ୍ନିଶମ ବିଭାଗର ଏଏସଓ ହେମନ୍ତ କୁମାର ସାମଲ , ପ୍ରକାଶ କିଷାନ ସହ ଅନ୍ୟ ସହଯୋଗୀ ମାନେ ତୁରନ୍ତ ଘଟଣା ସ୍ଥଳକୁ ପହଞ୍ଚି ଗାଡିର କାଚ ଭାଙ୍ଗି ଆହତ ଦୁଇ ଜଣଙ୍କୁ ଉଦ୍ଧାର କରିଥିଲେ । ପରେ ଗୁରୁତରମାନଙ୍କୁ ତୁନ୍ତ ଦମକଳ ଗାଡିରେ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା କିନ୍ତୁ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକମାନେ ଗୋଲୁର ଗାଁର ଲବ ଖରା ଓ ଖୁଡୁବ ଗାଁର ଅନନ୍ତ ପାଙ୍ଗି ବୋଲି ପରିଚୟ ମିଳିଛି ।










