22.1 C
Bhubaneswar
Friday, December 5, 2025
Homeଦେଶ ବିଦେଶରେଲିଂରେ ପିଟି ହେଲା କାର୍‌: ୨ ମୃତ

ରେଲିଂରେ ପିଟି ହେଲା କାର୍‌: ୨ ମୃତ

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରର ରାଜୌରୀରେ ଭୟଙ୍କର ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । କାର୍‌ଟି ରେଲିଂରେ ପିଟି ହେବା ଯୋଗୁଁ ଦୁର୍ଘଟଣା ଘଟିଥିଲା । ରାଜୌରୀର ଚିଙ୍ଗୁସି ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କୁ ୱାରିପଟ୍ଟନର ବାସିନ୍ଦା ନାୟକ ସିଂହ (୫୩) ଏବଂ ସାଇଲା ସୁରାନକୋଟର ବାସିନ୍ଦା ମହମ୍ମଦ ୟାକୁବ (୪୫) ବୋଲି ଚିହ୍ନଟ କରାଯାଇଛି । ଆହତମାନେ ହେଲେ ସାଇଲା ସୁରାନକୋଟର ବାସିନ୍ଦା ମହମ୍ମଦ ଫାରୁକ, ଦିଗୱାର ପୁଞ୍ଚର ବାସିନ୍ଦା ଡ୍ରାଇଭର ମହମ୍ମଦ ସାଗିର ଏବଂ କାକୋରା ମାଞ୍ଜାକୋଟର ବାସିନ୍ଦା ମହମ୍ମଦ ମୁସ୍ତାକ। ସୂଚନା ଅନୁସାରେ, ଜମ୍ମୁରୁ ରାଜୌରୀ ଯାଉଥିବା ଏକ ସ୍ୱିଫ୍ଟ କାର୍ ସକାଳ ପ୍ରାୟ ୪:୩୦ ସମୟରେ ଚିଙ୍ଗୁସ୍ ନିକଟରେ ଏକ ରେଲିଂରେ ପିଟି ହୋଇଥିଲା । ଏହି ଦୁର୍ଘଟଣା ସମୟରେ କାର୍‌ରେ ୫ ଜଣ ଲୋକ ବସିଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଆହତ ସମସ୍ତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଜିଏମସି ରାଜୌରୀକୁ ନିଆଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଶବବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking