18.1 C
Bhubaneswar
Thursday, February 5, 2026
Homeଓଡିଶାବାଇକ୍‌କୁ ଧକ୍କା ଦେଲା କାର୍‌: ୩ ମୃତ

ବାଇକ୍‌କୁ ଧକ୍କା ଦେଲା କାର୍‌: ୩ ମୃତ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ନେଇ ସୂଚନା ମିଳିଛି। ବାଇକ୍‌କୁ ଧକ୍କା ଦେଇଛି ଟ୍ରକ। ଏହି ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ଘଟିଛି । ୩ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ। ଢେଙ୍କାନାଳ ଜିଲ୍ଲାର ପର୍ଜଙ୍ଗ ଥାନା ସୀମା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥର କୁଲେଇ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଟ୍ରକଟି ସାମ୍ନାରୁ ଆସୁଥିବା ଏକ ବାଇକ୍ ଉପରେ ଚଢ଼ିଯାଇଥିଲା, ଫଳରେ ବାଇକ୍‌ରେ ଥିବା ତିନି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଟ୍ରକଟି ପିତିରି ଛକରୁ ରାଉରକେଲା ଅଭିମୁଖେ ଯାଉଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଟ୍ରକଟି ବାଇକଟିକୁ ୧୦୦ ମିଟରରୁ ଅଧିକ ଦୂର ପର୍ଯ୍ୟନ୍ତ ଟାଣି ନେଇଥିଲା। ବାଇକ୍‌ରେ ଥିବା ତିନି ଜଣଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ରାସ୍ତାରେ ପଡ଼ିଥିଲା। ଦୁର୍ଘଟଣା ପରେ ଟ୍ରକ୍‌ଟି ଘଟଣାସ୍ଥଳରୁ ପଳାଇଯାଇଥିବା ସୂଚନା ମିଳିଛି। ସୂଚନା ପାଇ ପର୍ଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking