ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହରଦୋଇର ପୋଲିସ ଷ୍ଟେସନମାଝିଲା ନିକଟରେ କାରଟି ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଛଅ ଜଣ ଗୁରୁତର ଆହତ ଅଛନ୍ତି । ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନା ନେଇଥିଲା । ସେଠାରେ ଡାକ୍ତର ପାଞ୍ଚ ଜଣଙ୍କୁ ମୃତ ଘୋଷଣା କରିଥିଲେ । ୬ ଜଣଙ୍କର ଚିକିତ୍ସା ଏବେ ବି ଜାରି ରହିଛି । ସୂଚନା ଥାଉକି, ମାଝିଲାର କୁସମା ଗାଁରେ ବିବାହ କାଯ୍ୟ ସାରି ଏର୍ଟିଗା କାର ପାଲିକୁ ଫେରିଥିଲା । ଗାଡିଟି ନିୟନ୍ତ୍ରଣ ହରାଇ ଏକ ଖାଇକୁ ଖସିଯାଇଥିଲା । ଫଳରେ ଏଭଳି ଘଟିଥିଲା ।