ଝାରସୁଗୁଡା: ଝାରସୁଗୁଡାରୁ ସମ୍ନାକୁ ଆସିଛି ଏକ ବଡ ଦୁର୍ଘଟଣାର ଖବର । ଡିଭାଇଡର୍ରେ ପିଟି ହେଲା କାର୍ । ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ୬ ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ସରବାହାଲ୍ ପିପୁଲ ଉତ୍କଳ ଖଣ୍ଟିନେଟ୍ ହୋଟେଲ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । କାର୍ଟି ଭାରସାମ୍ୟ ହରାଇ ଡିଭାଇଡର୍ରେ ପିଟି ହେବାରୁ ଦୁର୍ଘଟଣା ଘଟିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତନାଘନ ଜାରି ରହିଛି ।










