28.1 C
Bhubaneswar
Wednesday, July 3, 2024
Homeଓଡିଶାକାର ଦୁର୍ଘଟଣା : ୧ ମୃତ, ୩ ଗୁରୁତର

କାର ଦୁର୍ଘଟଣା : ୧ ମୃତ, ୩ ଗୁରୁତର

ରାୟଗଡା : ରାୟଗଡାର ଅମ୍ବାଦଳ ଥାନା ବନ୍ଧଗୁଡା ଗାଁ ନିକଟରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଜଣେ ମୃତ୍ୟୁ ବରଣ କରିଛନ୍ତି । ତେବେ ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତି କାରରେ ଚାପି ହୋଇ ତାଙ୍କର ମୃତ୍ୟୁ ହୋଇଛି । ୩ ଗୁରୁତରଙ୍କୁ ମୁନିଗୁଡା ମେଡିକାଲରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତାହତ ମାନେ ଆନ୍ଧ୍ରପ୍ରଦେଶର କାକିନାଡା ଅଞ୍ଚଳର ବୋଲି ଜଣାପଡିଛି। ଏକ ବିବାହ କାର୍ଯ୍ୟରେ ଯୋଗଦେବାକୁ ସମସ୍ତେ ବରଗଡ ଆସିଥିଲେ। ବରଗଡରୁ ଫେରିବା ବାଟରେ ଏମିତି ହୋଇଛି ବୋଲି ସୂଚନା ମିଳିଛି । ଏହି ଦୁର୍ଘଟଣା ପ୍ରାୟ ଭୋର୍ ୩ଟାରୁ ୪ଟା ମଧ୍ୟରେ ହୋଇଛି । ଘଟଣାସ୍ଥଳରେ ଅମ୍ବାଦଳା ପୁଲିସ୍ ଓ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଜାରି ରଖିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking