28.1 C
Bhubaneswar
Monday, February 9, 2026
Homeଓଡିଶାରାଜଧାନୀ କାର୍ ଦୁର୍ଘଟଣାରେ ମର୍ଡର ଲିଙ୍କ୍‌

ରାଜଧାନୀ କାର୍ ଦୁର୍ଘଟଣାରେ ମର୍ଡର ଲିଙ୍କ୍‌

ଭୁବନେଶ୍ୱର: ଶିଶୁଭବନ ଓଭରବ୍ରିଜ୍ କାର୍ ଦୁର୍ଘଟଣାରେ ନୂଆ ଟ୍ୱିଷ୍ଟ । ସାମ୍ନାକୁ ଆସିଲା ଚନ୍ଦ୍ରଶେଖର ଥାନା ଅଞ୍ଚଳର ମର୍ଡର ଲିଙ୍କ୍ । ପୂର୍ବରୁ ଦୁର୍ଘଟଣାଗ୍ରସ୍ତ କାର୍ ଚଲାଉଥିବା ଯୁବକ ହତ୍ୟାର ଶିକାର ହୋଇଛନ୍ତି । ସୂଚନା ଅନୁସାରେ, ପୂର୍ବତନ ବୟଫ୍ରେଣ୍ଡ ସହ ମିଶି ଯୁବକଙ୍କ ଗଳାକାଟି ହତ୍ୟା କରିଥିଲେ ପ୍ରେମିକା । ତଣ୍ଟି କାଟି ହତ୍ୟା କରିଥିଲା ପାର୍ଲର ବାଲି ପ୍ରେମିକା । ହତ୍ୟା ଖବର ପାଇ ଭୟଭୀତ କାର୍ ମାଲିକ ନିଜ ଗାଡିକୁ ନେଇ ଯାଉଥିଲେ । ଆଉ ଜଣେ ଡ୍ରାଇଭର ସହାୟତାରେ ନେଇ ଯାଉଥିଲେ କାର୍ । ହତ୍ୟା ଘଟଣାରେ ଫସିଯିବା ଭୟରେ ନେଇ ଯାଉଥିଲେ କାର୍ । କିନ୍ତୁ ବ୍ରହ୍ମଗିରି ନେବାବେଳେ ଶିଶୁଭବନ ଓଭରବ୍ରିଜ୍ ନିକଟରେ ଦୁର୍ଘଟଣା ଘଟିଥିଲା । କାଲିର ହତ୍ୟା ଘଟଣାରେ ପ୍ରେମିକା ଓ ତାଙ୍କ ପୂର୍ବତନ ବୟଫ୍ରେଣ୍ଡକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଏହି ଘଟଣାରେ ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।

ସଡକ ଦୁର୍ଘଟଣା: ଓଭରବ୍ରିଜ ବ୍ୟାରିକେଡ ଭାଙ୍ଗି ତଳକୁ ଖସିଲା କାର

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking