ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ମନ୍ତବ୍ୟକୁ ସମାଲୋଚନା କଲେ ନରସିଂହ ମିଶ୍ର । ମନ୍ତବ୍ୟକୁ ଧୂଆଁ ବାଣ କହିଲେ ପୂର୍ବତନ ବିଧାୟକ ନରସିଂହ ମିଶ୍ର । କଥା ଧୂଆଁ ବାଣ କିଛି ସମାଧାନ କରିପାରିବେନି ବୋଲି କହିଲେ ନରସିଂହ । ଏହା ଏକ ଜୁମଲା ସରକାର କହି ନରସିଂହଙ୍କ ସମାଲୋଚନା । ମହାନଦୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କଡା ସମାଲୋଚନା କରିଛନ୍ତି ପୂର୍ବତନ ବିଧାୟକ। ମହାନଦୀ ବିବାଦ ଆଲୋଚନା ରହିଥିବା ବେଳେ ସମାଧାନ ପାଇଁ ଆଲୋଚନା ମଧ୍ୟ ଜାରି ରହିଛି । ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଏନେଇ ୨ ଥର ଆଲୋଚନା ହୋଇଛି । ଜଳ ବିବାଦ ପ୍ରସଙ୍ଗକୁ ରାଜ୍ୟ ସରକାର ଗୁରୁତର ସହ ନେଇଛନ୍ତି । ଆଗାମୀ ଦିନରେ ମହାନଦୀ ଉପରେ ପ୍ରସ୍ତାବିତ ପ୍ରକଳ୍ପ ତ୍ୱରାନ୍ୱିତ ପାଇଁ ବିଚାର ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଥିବାବେଳେ ଏହାକୁ ନରସିଂହ ମିଶ୍ର ସମାଲୋଚନା କରିଥିବାର ଶୁଣିବାକୁ ମିଳିଛି ।