28.1 C
Bhubaneswar
Sunday, September 8, 2024
Homeଓଡିଶା୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ ୩ ଗିରଫ

୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ ୩ ଗିରଫ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ଯଶିପୁର ବଜାର ଦେଇ ଚୋରା ଗଞ୍ଜେଇ ଗାଡି ପାରି ହେଉଥୁବା ସମୟରେ ଯଶିପୁର ପୋଲିସ ହାତରେ ଧରାପଡ଼ିଛି । ଯଶିପୁର ଥାନ ଅଧିକାରିଣୀ ସଂଯୁକ୍ତା ମହାଳିକଙ୍କ ନେତୃତ୍ୱରେ ପୋଲିସ ଟିମ୍ ଗୋଡ଼ାଇ ଗୋଡାଇ ଗଞ୍ଜେଇ ଭର୍ତି ଗାଡ଼ି ଜବତ କରିବା ସହିତ, ୩ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିବାରେ ସଫଳ ହୋଇଛି । କିଛିଦିନ ବ୍ୟବଧାନରେ ପୁଣି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବରପାଇ ଗଞ୍ଜେଇ ମାଫିଆଙ୍କ ଗତିବିଧ‌ି ଉପରେ ନଜର ରଖୁଥୁଲା ଯଶିପୁର ଥାନା ପୋଲିସ । ଆଜି ସକାଳୁ କଟକ ଜିଲ୍ଲା ବଡ଼ମ୍ବା କୋଷିକିଆରି ଅଞ୍ଚଳରୁ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଅଞ୍ଚଳକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବରପାଇ ୪୯ ନଂ ଜାତୀୟ ରାଜପଥ କଡ଼ରେ ଥାନା ଅଧିକାରିଣୀଙ୍କ ନେତୃତ୍ୱରେ ପୋଲିସ ଟିମ୍ ଛକି ବସିଥିଲା । ହଠାତ୍ ପୋଲିସକୁ ଦେଖି ମାଫିଆମାନେ ଗାଡ଼ି ବୁଲାଇ ଯଶିପୁର ଥାନା ଅଙ୍ଗାରପଦା ଗାଁ ରାସ୍ତାରେ ପଶିଯାଇ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ସେମାନଙ୍କ ପିଛା କରି ମସିଣାବିଲା ଗାଁ
ମୁଣ୍ଡରେ ଧରିବାରେ ସଫଳ ହୋଇଛି । ସେମାନଙ୍କ ଠାରୁ ୨ଟି କାର ନଂ OD02CL3577 ଓ OD02CG6821 ସହିତ ୧ କ୍ୱିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ କରିଛି। । ଯାହାର ଆନୁମାନିକ ବଜାର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଇଛି । ତେବେ ପୋଲିସ ୩ ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ମାଣିଆବନ୍ଧ ଥାନା ଅଞ୍ଚଳର ଅଭୟ ରାଉତ, ସିଦ୍ଧେଶ୍ଵର ସାହୁ ଓ ନିରାକାର ସାହୁ ବୋଲି ଜଣାପଡିଛି । ଏନେଇ ଯଶିପୁର ଥାନା ପୋଲିସ ୧୭୬/୨୪ ନଂ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର ଥାନରେ ପହଞ୍ଚି ଏହାର ଅଧିକ ତଦନ୍ତ ଆରମ୍ଭ କରିଛନ୍ତି |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking