19.1 C
Bhubaneswar
Wednesday, February 11, 2026
Homeଓଡିଶା‘ସୁଭଦ୍ରା’ ଯୋଜନା ପାଇଁ ଆବେଦନ କରିପାରିବେ ଅଙ୍ଗନବାଡ଼ି କର୍ମୀ

‘ସୁଭଦ୍ରା’ ଯୋଜନା ପାଇଁ ଆବେଦନ କରିପାରିବେ ଅଙ୍ଗନବାଡ଼ି କର୍ମୀ

ଭୁବନେଶ୍ୱର : ‘ସୁଭଦ୍ରା’ ଯୋଜନା ପାଇଁ ଅଙ୍ଗନବାଡ଼ି କର୍ମୀ କରିପାରିବେ ଆବେଦନ। ଏନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଅଙ୍ଗନବାଡ଼ି କର୍ମୀଙ୍କ ସମେତ ସହାୟିକା, ଆଶା କର୍ମୀ, କମ୍ୟୁନିଟି ରିସୋର୍ସ ପର୍ସନମାନେ ଆବେଦନ କରିପାରିବେ। ଏହାବ୍ୟତୀତ ମାଷ୍ଟର ବୁକକିପର୍ ତଥା ଏମବିକେ, ଆଉଟସୋର୍ସିଂ ଏଜେନ୍ସି ଦ୍ୱାରା ନିଯୁକ୍ତ ମହିଳାମାନେ ମଧ୍ୟ ଆବେଦନ କରିପାରିବେ ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର। ସମସ୍ତ ମାନଦଣ୍ଡରେ ଯୋଗ୍ୟ ବିବେଚିତ ହେଲେ ସୁଭଦ୍ରା ଯୋଜନାର ଫାଇଦା ପାଇପାରିବେ ଏମାନେ। ସେହିପରି ସୁଭଦ୍ରା ଯୋଜନା ସଂପର୍କିତ ସମସ୍ତ ତଥ୍ୟ ପାଇବା ପାଇଁ ଆବେଦନକାରିଣୀ ସ୍ୱତନ୍ତ୍ର ଟୋଲ- ଫ୍ରି ନମ୍ବରରେ କଲ୍ କରିପାରିବେ। ମହିଳା ଏବଂ ଶିଶୁ ବିକାଶ ପକ୍ଷରୁ ଜାରି ଟୋଲ୍-ଫ୍ରି ନମ୍ବର ହେଉଛି-୧୪୬୭୮। ଏହି ଟୋଲ୍ ଫ୍ରି ନମ୍ବର ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେବ। ସେହି ସମୟ ସୀମା ମଧ୍ୟରେ ଯେ କୌଣସି ବ୍ୟକ୍ତି କଲ୍ କରିପାରିବେ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର।

ଏହି ମାର୍ଗଦର୍ଶିକା ଅନୁଯାୟୀ ଯେଉଁ ମହିଳାମାନେ, ରାଜ୍ୟ କିମ୍ବା କେନ୍ଦ୍ର ସରକାରୀ ଯୋଜନା ଅନ୍ତର୍ଗତ କୌଣସି ଆର୍ଥିକ ସହାୟତା ଯଥା ପେନସନ, ଛାତ୍ରବୃରି ଇତ୍ୟାଦି ପ୍ରତି ମାସରେ ୧୫୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ ଓ ବାର୍ଷି ବାର୍ଷିକ ୧୮୦୦୦ ଟଙ୍କା କିମ୍ବା ଅଧିକ ପାଉଥିବେ, ସେମାନେ ଅଯୋଗ୍ୟ ଘୋଷିତ ହେବେ । କିନ୍ତୁ ଅଙ୍ଗନବାଡିକର୍ମୀ / ସହାୟିକା, ଆଶାକର୍ମୀ, କମ୍ୟୁନିଟି ରିସୋର୍ସ ପର୍ସନ (ସିଆରପି), ମାଷ୍ଟର ବ୍ଲକ କିପର (ଏମ୍‌ବିକେ) ଓ ଆଉଟସୋରସିଙ୍ଗ ଏଜେସି ଦ୍ୱାରା ନିଯୁକ୍ତ ମହିଳାମାନେ ମାର୍ଗଦର୍ଶିକାରେ ଥିବା ଅନ୍ୟ ସମସ୍ତ ମାନଦଣ୍ଡ ହିସାବରେ ଯୋଗ୍ୟ ହେଉଥିଲେ ସେମାନେ ମଧ୍ୟ ସୁଭଦ୍ରା ଯୋଜନାର ଆବେଦନ କରିପାରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking