21.1 C
Bhubaneswar
Friday, February 6, 2026
Homeଓଡିଶାଅହମଦାବାଦ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପାଇଁ ମହମବତୀ ଯାତ୍ରା

ଅହମଦାବାଦ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପାଇଁ ମହମବତୀ ଯାତ୍ରା

ଭୁବନେଶ୍ୱର: ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ରଙ୍କ ଅଧ୍ଯକ୍ଷତାରେ ଆଜି ଭୁବନେଶ୍ଵର ୟୁନିଟ୍-୩ ସ୍ଥିତ ରାମମନ୍ଦିର ଠାରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଅହମଦାବାଦ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀମାନଙ୍କର ଆତ୍ମାର ସଦ୍‌ଗତି ପାଇଁ ସମୂହ ପ୍ରାର୍ଥନା କରାଯିବା ସହ ସେଠାରେ ଯୁବ କଂଗ୍ରେସ କର୍ମୀମାନେ ମହମବତୀ ପ୍ରଜ୍ଜ୍ଵଳନ କରିଥିଲେ। ଯୁବ କଂଗ୍ରେସ କର୍ମୀମାନେ ଏକ ଶୋଭାଯାତ୍ରାରେ କେନ୍ଦ୍ରୀୟ ବିଦ୍ୟାଳୟ ଠାରୁ ବାହାରି ରାମମନ୍ଦିର ପର୍ଯ୍ୟନ୍ତ ଯାଇ ସେଠାରେ ପ୍ରାର୍ଥନା କରିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ରଞ୍ଜିବ ବିଶ୍ବାଳ, ମହମ୍ମଦ ଇମ୍ଦାଦ, ଉଦିତ ପ୍ରଧାନ, ସୁଦିପ ସାମଲ, ନିହାର ରଞ୍ଜନ ବେହେରା, ସ୍ବାଗତ କର, ସନ୍ଦିପ ସାମନ୍ତରାୟ, ମହମ୍ମଦ ପରଭେଜ, ସୁନିଲ ସାହୁ, ସୁରଜ ରାଉତ, ବିରଞ୍ଚ୍ ବାରିକ ଓ କାର୍ତ୍ତିକେଶ୍ୱର କାଣ୍ଡି ପ୍ରମୁଖ ଯୁବ କଂଗ୍ରେସ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking