26.8 C
Bhubaneswar
Monday, April 6, 2026
Homeଓଡିଶାଡାକ୍ତରୀଛାତ୍ରୀଙ୍କ ଉପରେ ହୋଇଥିବା ନିନ୍ଦନୀୟ ଘଟଣା ପ୍ରତିବାଦରେ କ୍ୟାଣ୍ଡେଲ ଶୋଭାଯାତ୍ରା

ଡାକ୍ତରୀଛାତ୍ରୀଙ୍କ ଉପରେ ହୋଇଥିବା ନିନ୍ଦନୀୟ ଘଟଣା ପ୍ରତିବାଦରେ କ୍ୟାଣ୍ଡେଲ ଶୋଭାଯାତ୍ରା

କରଞ୍ଜିଆ : କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଓ କର୍ମଚାରୀଙ୍କ ଦ୍ୱାରା ଆରଜି କର ମେଡିକାଲ କଲେଜରେ ଡାକ୍ତରୀଛାତ୍ରୀଙ୍କ ଉପରେ ହୋଇଥିବା ବର୍ବରଚିତ ନିନ୍ଦନୀୟ ଘଟଣା ପ୍ରତିବାଦରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ପ୍ରେମା°ଶୁ ଚାନ୍ଦଙ୍କ ମାଧ୍ୟମରେ ଉପଖଣ୍ଡ ଚିକିତ୍ସାଧିକାରୀ ଡଃ ଅନିତା ସିଂ ଙ୍କ ନେତୃତ୍ୱରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ବୋଲି ପ୍ରତିବାଦ ସଭାରେ ପ୍ରକାଶ କରିଥିଲେ। ଏହା ସହ ମୃତ ଡାକ୍ତରୀଛାତ୍ରୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏକ ମହମବତୀ ଶୋଭାଯାତ୍ରା ମେଡିକାଲ ପରିସରରୁ ଆରମ୍ଭ ହୋଇ ଏନ୍ଏସି ଛକ ପର୍ଯ୍ୟନ୍ତ ଯାଇ ପୁନର୍ବାର ମେଡ଼ିକାଲ ପରିସରରେ ସମାପ୍ତ ହୋଇଥିଲା। ଭୟଭୀତ ଡାକ୍ତରମାନଙ୍କୁ ସୁରକ୍ଷା ଦେଲେ ସେମାନେ ସ୍ୱାସ୍ଥ୍ୟସେବା ଠିକ୍ ଭାବରେ କରିପାରିବେ ବୋଲି ପ୍ରକାଶ କରିଥିଲେ । ତେବେ ଆରଜି କର ମେଡିକାଲ କଲେଜ କଲିକତାରେ ଘଟି ଯାଇଥିବା ଏକ ଲୋମହର୍ଷଣକାରୀ ତଥା ନିନ୍ଦନୀୟ ଘଟଣା, ଯେଉଁଥିରେ ଜଣେ କର୍ତ୍ତବ୍ୟରତ ଡାକ୍ତରୀଛାତ୍ରୀ ଗଣଦୁଷ୍କର୍ମ ତଥା ଯନ୍ତ୍ରଣା ଦାୟକ ମୃତ୍ୟୁର ଶିକାର ହୋଇଛନ୍ତି। ଏହାକୁ ସାମଗ୍ରିକ ଭାବେ ନିନ୍ଦା କରୁଛୁ | ଏଥିରେ କେବଳ ଜଣେ କର୍ତ୍ତବ୍ୟରତ ଡାକ୍ତରଙ୍କ ମୃତ୍ୟୁ ହୋଇ ନାହିଁ ବରଂ ତଥାକଥିତ ଏକ ସଭ୍ୟ ସମାଜରେ ମାନବରୂପୀ ଦାନବର ଅମାନବିକତା ଉର୍ଦ୍ଧମୁଖୀ ହୋଇଛି । ଏହି ଭଳି ଏକ ଦୁଃସମୟରେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟର ସମସ୍ତ ଡାକ୍ତର ଏବଂ କର୍ମଚାରୀ ଉକ୍ତ କର୍ମଯୋଗୀଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହିତ ସମଗ୍ର ଦେଶର ଡାକ୍ତର ବନ୍ଧୁମାନଙ୍କ ସହିତ ମିଶି ଆଜି ୧୬ ଅଗଷ୍ଟ ତାରିଖରୁ କଳାବ୍ୟାଚ ପରିଧାନ କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି। ଦାବି ଗୁଡ଼ିକ ମଧ୍ୟରେ ପୀଡ଼ିତା ତଥା ମୃତାଡାକ୍ତରଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ତଥା ଦୋଷୀମାନଙ୍କୁ ଯଥୋଚିତ ଶାସ୍ତି ବିଧାନ, ଏକ ସ୍ୱତନ୍ତ୍ର କେନ୍ଦ୍ରୀୟ ଆଇନ ଆଧାରରେ ଚିକିତ୍ସାଳୟ ପରିସରରେ ଏକ ସଶକ୍ତ ସୁରକ୍ଷା ବ୍ୟବସ୍ଥା ରହୁ ଯାହା ଦ୍ୱାରା କାର୍ଯ୍ୟ ନିଷ୍ପାଦନରେ କୌଣସି ବାଧା ରହିବ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking