18.1 C
Bhubaneswar
Monday, February 9, 2026
Homeଦେଶ ବିଦେଶ୯ ବର୍ଷରୁ ୧୬ ବର୍ଷର ଝିଅମାନଙ୍କୁ ଦିଆଯିବ କ୍ୟାନସର ଟିକା

୯ ବର୍ଷରୁ ୧୬ ବର୍ଷର ଝିଅମାନଙ୍କୁ ଦିଆଯିବ କ୍ୟାନସର ଟିକା

ନୂଆଦିଲ୍ଲୀ:  ଦେଶରେ ଦ୍ରୁତଗତିରେ କ୍ୟାନସର ସଂଖ୍ୟା ବଢ଼ିଚାଲିଛିଛୋଟ ଠୁ ବଡ , ଶଦ୍ଧରଣ ଲୋକଙ୍କ ଠୁ ସେଲିବ୍ରିଟି କେହି କେହି କ୍ୟାନ୍ସରରେ ପୀଡିତ ଥାନ୍ତି । ଏବେ କିଛିଟା ଆଶ୍ବସ୍ତ କଲା ଭଳି ଖବର ସାମ୍ନାକୁ ଆସୁଛି । ୬ ମାସ ଭିତରେ ଆସିବାକୁ ଯାଉଛି କ୍ୟାନସର ଟିକା । କେନ୍ଦ୍ରମନ୍ତ୍ରୀ ପ୍ରତାପରାଓ ଯାଦବ ଏକଥା କହିଛନ୍ତି । ମହିଳାଙ୍କ କ୍ଷେତ୍ରରେ କ୍ୟାନସର ରୋକିବାକୁ ଏହି ଟିକାକରଣ କରାଯିବ । ୯ ବର୍ଷରୁ ୧୬ ବର୍ଷର ଝିଅମାନଙ୍କୁ ଏହି ଟିକାକରଣ କରାଯିବ । ଏହି ଟିକାର ଗବେଷଣା ସରିଥିବା ବେଳେ ଏବେ ଟ୍ରାଏଲ ଚାଲିଛି । ତେଣୁ ଏହି ଟିକା ୫ରୁ ୬ ମାସ ମଧ୍ୟରେ ଆସିଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ସେ ଆହୁରି କହିଛନ୍ତି, ଦେଶରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଛି। ଏହାକୁ ଦେଖି କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଏପେଟ ଆମେରିକାର ଗବେଷକମାନେ ବିକଶିତ କରିଥିବା ନୂଆ ଔଷଧ କ୍ୟାନସର ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ମନରେ ଆଶା ଜାଗ୍ରତ କରିଛି ବୋଲି ‘ନ୍ୟୁୟର୍କ ପୋଷ୍ଟ୍‌’ ରିପୋର୍ଟ କରିଛି ।‘ଏଓଏଚ୍‌୧୯୯୬’ ନାମକ ଏହି ପିଲ୍‌ ଟାଣ ହୋଇଯାଇଥିବା ସମସ୍ତ ‘କ୍ୟାନ୍‌ସର୍‌ ଟ୍ୟୁମର୍‌’କୁ ନଷ୍ଟ କରିଦେଉଥିବା ପରି ମନେହେଉଛି ବୋଲି ମଧ୍ୟ ବିଶେଷଜ୍ଞମାନେ କହୁଛନ୍ତି ।ସୂଚନାଯୋଗ୍ୟ ୨୦୦୫ରେ ‘ନ୍ୟୁରୋବ୍ଲାଷ୍ଟୋମା’ ନାମକ କର୍କଟ‌ ରୋଗରେ ଆକ୍ରାନ୍ତ ହୋଇ ଜୀବନ ହରାଇଥିବା ୯ ବର୍ଷୀୟ ବାଳିକା ଆନ୍ନା ଅଲିଭିଆ ହେଲିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଔଷଧର ଏପରି ନାମକରଣ କରାଯାଇଛି । ୧୯୯୬ରେ ଇଣ୍ଡିଆନାରେ ତା’ର ଜନ୍ମ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking