ଭୁବନେଶ୍ୱର: ସାର ପାଇଁ ବଢୁଛି କ୍ୟାନସର ।ରାସାୟନିକ ସାର ପାଇଁ ବଢୁଛି କ୍ୟାନସର । ଉପମୁଖ୍ୟମନ୍ତ୍ରୀଙ୍କ ପାଇଁ ଉତ୍ତର ରଖିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି , ଚାଷୀ ଅଧିକ କୀଟନାଶକ , ରାସାୟନିକ ସାର ବ୍ୟବହାର କରୁଛନ୍ତି । ବଲାଙ୍ଗିର ଓ ସମ୍ବଲପୁରରେ କର୍କଟ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି । ବଳଭଦ୍ର ଜୈବିକ ମିଶନକୁ କାଯ୍ୟକାରୀ କରିବାକୁ ଗୁରୁତ୍ୱ ଦିଆଯାଇଛି । ଜୈବିକ ଚାଷ ବୃଦ୍ଧି ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ।