21.1 C
Bhubaneswar
Saturday, December 6, 2025
Homeଓଡିଶାସରକାରୀ ଚାକିରୀ ବିକ୍ରୀ ପାଇଁ ଷଡଯନ୍ତ୍ର ହୋଇଛି : ୟାସିର ନୱାଜ

ସରକାରୀ ଚାକିରୀ ବିକ୍ରୀ ପାଇଁ ଷଡଯନ୍ତ୍ର ହୋଇଛି : ୟାସିର ନୱାଜ

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର କଂଗ୍ରେସ ଲୋକସଭା ପ୍ରାର୍ଥୀ ତଥା ଯୁବ କଂଗ୍ରେସ ନେତା ସୟଦ ୟାସିର ନୱାଜ କହିଲେ ଯେ ଆଗାମୀ ମାର୍ଚ୍ଚ-୮ ଏବଂ ମାର୍ଚ୍ଚ-୯, ୨୦୨୫ ରେ ଓଡ଼ିଶା ପୋଲିସ ଏସଆଇ ପରୀକ୍ଷା ଅନୁଷ୍ଠିତ ହେବ। ଏଥିରେ ପୋଲିସ ଏସଆଇ, ଫାୟାର ସର୍ଭିସର ଷ୍ଟେସନ ଅଫିସର ଏବଂ ଆସିଷ୍ଟାଣ୍ଡ ଜେଲର ନିଯୁକ୍ତି ପାଇଁ ପରୀକ୍ଷା ଅନ୍ତର୍ଭୁକ୍ତ। ଏହି ପରୀକ୍ଷାରେ ବ୍ୟାପକ ଦୁର୍ନୀତିର ସମ୍ଭାବନା ରହିଛି ବୋଲି ଶ୍ରୀ ନୱାଜ ଅଭିଯୋଗ କରିଛନ୍ତି। ଶ୍ରୀ ନୱାଜ କହିଛନ୍ତି ଯେ ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ସବୁବେଳେ ସରକାରୀ ନିଯୁକ୍ତିରେ ଦୁର୍ନୀତିରେ ଶିକାର ହୋଇଥିବା ପରୀକ୍ଷାର୍ଥିୀ ମାନଙ୍କ ପାଇଁ ସଂଗ୍ରାମ କରି ଆସୁଛି। ଏହି ପରୀକ୍ଷା ଆୟୋଜନ ପୂର୍ବରୁ ଅଧିକାଂଶ ପଦବୀ ବିକ୍ରୀ ହେବାପାଇଁ ଷଡ଼ଯନ୍ତ୍ର ଆରମ୍ଭ ହୋଇସାରିଛି।

ITI Ltd. ଓଡ଼ିଶା ପୋଲିସର ଏହି ନଯୁକ୍ତି ପାଇଁ ଟେଣ୍ଡର ହାସଲ କରିଥିଲା। ଗତବର୍ଷ କ୍ୟାଣ୍ଡିଡେଟ ପିଛା ୨୬୬ ଟଙ୍କାରେ ଟେଣ୍ଡର ଫାଇନାଲ ହୋଇଥିବା ବେଳେ ଏବର୍ଷ କପରି ୨୪୭ ଟଙ୍କାରେ ଓଞଓ ଖଗ୍ଧୟ. ଓଡ଼ିଶା ସରକାରଙ୍କ ଠାରୁ ଏହି ଟେଣ୍ଡର ପାଇଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାରେ ଦରଦାମ ୭ ପ୍ରତିଶତ ବଢ଼ିଥିବା ବେଳେ, ପରୀକ୍ଷାର ବିଭିନ୍ନ ଉପକରଣ କ୍ରୟ କ୍ଷେତ୍ରରେ କିପରି ଏହା ଭରଣା ହୋଇପାରିବ। ଗତବର୍ଷ ଅପେକ୍ଷା ଏବର୍ଷ ୬.୪ ପ୍ରତିଶତ କମ ହାରରେ ଟେଣ୍ଡର ଫାଇନାଲ ହୋଇଛି।

 ITI Ltd. ଏକ ପିଏସୟୁ, ଯେଉଁ ସଂସ୍ଥା ଏହି ପରୀକ୍ଷା ପରିଚାଳନା କରିବାପାଇଁ ଜସମଷଜ୍ଞସଦ୍ଭୟ ଊସଶସଗ୍ଧବକ୍ଷ ଚଙ୍ଖଗ୍ଧ. ଖଗ୍ଧୟ. ଭଳି ଏକ କମ୍ପାନୀକୁ ସବ କଂଟ୍ରାକ୍ଟ ଦେଇଛି। ଓଡ଼ିଶା ପୋଲିସ ଏସଆଇ ପରୀକ୍ଷା ୨୦୨୧ ଏବଂ ଫାୟାର ଡିପାର୍ଟମେଂଟ ପରୀକ୍ଷା ୨୦୨୩ ପରିଚାଳନ କରିବାପାଇଁ ଓଞଓ ଖଗ୍ଧୟ., ଜସମଷଜ୍ଞସଦ୍ଭୟ ଊସଶସଗ୍ଧବକ୍ଷ ଚଙ୍ଖଗ୍ଧ. ଖଗ୍ଧୟ. କୁ ଦାୟୀତ୍ୱ ହସ୍ତାନ୍ତର କରିଥିଲା। ଏବେ ମଧ୍ୟ ଓଡ଼ିଶା ପୋଲିସ ଏସଆଇ ପରୀକ୍ଷା ପରିଚାଳନ କରିବାକୁ ସେହି ଜସମଷଜ୍ଞସଦ୍ଭୟ ଊସଶସଗ୍ଧବକ୍ଷ ଚଙ୍ଖଗ୍ଧ. ଖଗ୍ଧୟ. ଦାୟୀତ୍ୱ ଦିଆଯାଇଛି।

ITI Ltd.ଦୁଇଟି ଟେଣ୍ଡର ହାସଲ କରିଥିଲା କିନ୍ତୁ ବିଭିନ୍ନ ପରୀକ୍ଷା ପରିଚାଳନରେ ତ୍ରୁଟିବିଚ୍ୟୁତି ଏବଂ ଦୁର୍ନୀତି ପାଇଁ ଏହି ଟେଣ୍ଡରକୁ ବାତିଲ କରାଯାଇଥିଲା। ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ଜସମଷଜ୍ଞସଦ୍ଭୟ ଊସଶସଗ୍ଧବକ୍ଷ ଚଙ୍ଖଗ୍ଧ. ଖଗ୍ଧୟ. ଏକ ଦୁର୍ନୀତିଖୋର ଏବଂ ଅସାଧୁ ସଂସ୍ଥା। ଏହା ଏକ ଗୁଜୁରାଟି ସଂସ୍ଥା। ଏହି ସଂସ୍ଥା ମାଧ୍ୟମରେ ଓଡ଼ିଶାରେ ବିଭିନ୍ନ ନିଯୁକ୍ତି ପ୍ରୋଜେକ୍ଟ କାର୍ଯ୍ୟ ନିର୍ବାହ କରିବାପାଇଁ ଦାୟୀତ୍ୱ ପୂର୍ବରୁ ପାଇଥିଲା।

୧. ଓଡ଼ିଶା ପୋଲିସ ଏସଆଇ ପରୀକ୍ଷା -୨୦୨୨ର ପରିଚାଳନା ପାଇଁ ITI Ltd. ଟେଣ୍ଡର ହାସଲ କରିଥିଲା। ସିବିଟି ମୋଡରେ ପରୀକ୍ଷା କରିବାକୁକୁ ଦାୟୀତ୍ୱ ହସ୍ତାନ୍ତର କଲା। କିନ୍ତୁ ସଫୱାୟାରରେ ସମସ୍ୟା ପାଇଁ ଦୁଇଥର ପରୀକ୍ଷା ବାତିଲ ହେଲା ଏବଂ ଶେଷରେ ତୃତୀୟ ଥରରେ ଅଫଲାଇନରେ ଏହି ପରୀକ୍ଷା ହେଲା।

୨. ରିତୁ ନିଶିକାନ୍ତ ସିହ୍ନା ଯାହାଙ୍କର ସ୍ୱାମୀ ହେଉଛନ୍ତି ନିଶିକାନ୍ତ ସିହ୍ନା। ଏହି ସଂସ୍ଥା ପରୀକ୍ଷା ପରିଚାଳନାରେ ବହୁ ଦୁର୍ନୀତି ଅବଲମ୍ବନ କରିଥିବାର ଦୃଷ୍ଟାନ୍ତ ରହିଛି। ନିଶିକାନ୍ତ ସିହ୍ନା ଏହି ସଂସ୍ଥାର ପରୀକ୍ଷା ପରିଚାଳନାରେ ବ୍ୟାପକ ଅସାଧୁ କାର୍ଯ୍ୟରେ ସଂପୃକ୍ତ ଥିବାର ଅଭିଯୋଗ ରହିଛି। ପ୍ରଶ୍ନପତ୍ର ପ୍ରଘଟ, ନମ୍ବର ବଢ଼ାଚଢ଼ା ଏବଂ ନିଯୁକ୍ତିରେ ଲାଂଚ କାରବାର ପ୍ରଭୃତି କାର୍ଯ୍ୟ ଏହି ସଂସ୍ଥାରେ ହୁଏ। ଏହି ସଂସ୍ଥାରେ ନିଶିକାନ୍ତ ସିହ୍ନା ବ୍ୟବସାୟୀକ ଉପଦେଷ୍ଟା ଭାବେ କାର୍ଯ୍ୟ କରନ୍ତି। ଗୁଜୁରାଟର ଏଚଝଝଈ ପରୀକ୍ଷା ପରିଚାଳନରେ ପ୍ରଶ୍ନପତ୍ର ପ୍ରଘଟ ପାଇଁ ନିଶିକାନ୍ତ ସିହ୍ନା ୯ ମାସ ଜେଲ ଦଣ୍ଡ ଭୋଗିଥିଲେ। ବର୍ତମାନ ସେ ସିବିଆଇ, ଏଟିଏସ, ରାଜ୍ୟ ପୋଲିସ ଏବଂ ଗୁଜୁରାଟ ଏସଟିଏଫ ର ତଦନ୍ତ ପରିସରଭୁକ୍ତ ଅଟନ୍ତି।
ସୁତରାଂ ଏକ ଦୁର୍ନୀତିଖୋର କମ୍ପାନୀ। ଏହା ବିରୁଦ୍ଧରେ ପ୍ରଶ୍ନପତ୍ର ପ୍ରଘଟ ନମ୍ବର ବଢ଼ାଚଢ଼ା ନିଯୁକ୍ତି ପାଇଁ ଲାଂଚ କାରବାର ଭଳି ସାଂଘାତିକ ଅଭିଯୋଗ ରହିଛି। ଏହି ସଂସ୍ଥା ପରୀକ୍ଷା ପୂର୍ବରୁ ପାରକ୍ଷାର୍ଥିଙ୍କ ଠାରୁ ଅର୍ଥ ନେଇ ପ୍ରଶ୍ନପତ୍ର ଯୋଗାଇ ଦେଇଥାଏ। ଅହମ୍ମଦାବାଦ, ରାଂଚି, ଦିଲ୍ଲୀ ଓ କଲକୋତାକୁ ସ୍ୱତନ୍ତ୍ର ଭାବେ ପରୀକ୍ଷାର୍ଥିଙ୍କୁ ନେଇ ପ୍ରଶ୍ନପତ୍ର ଓ ଉତର ସହ ସମସ୍ତ ବ୍ୟବସ୍ଥା କରିଦେଇଥାନ୍ତି। ପରୀକ୍ଷା ପରିଚାଳନରେ ଏହି ସଂସ୍ଥା ଏଭଳି ବ୍ୟାପକ ଦୁର୍ନୀତି କରିଥିବାର ଧରାପଡ଼ିଛି। ଏପରିକି ନିକଟରେ ଐଙ୍କକ୍ସକ୍ଷ ଚକ୍ସକ୍ଟହରମଗ୍ଧ ର ପରୀକ୍ଷା ସ୍କ୍ରିନ ଭାଇରାଲ ଅଭିଯୋଗରେ ଏହି ସଂସ୍ଥାର ଟେଣ୍ଡର ବାତିଲ ହୋଇଥିଲା। ଏଣୁ ଯଦି ଜସମଷଜ୍ଞସଦ୍ଭୟ ଊସଶସଗ୍ଧବକ୍ଷ ଚଙ୍ଖଗ୍ଧ. ଖଗ୍ଧୟ. ଓଡ଼ିଶା ଏସଆଇ ପୋଲିସ ପରୀକ୍ଷା ପରିଚାଳନା କରେ ତେବେ ଏହାର ନିଯୁକ୍ତିରେ ୫୦୦ କୋଟି ଟଙ୍କାର ଦୁର୍ନୀତି ହେବାର ସମ୍ଭାବନା ରହିଛି। ଜସମଷଜ୍ଞସଦ୍ଭୟ ଊସଶସଗ୍ଧବକ୍ଷ ଚଙ୍ଖଗ୍ଧ. ଖଗ୍ଧୟ. ଓଡ଼ିଶାରେ ପୂର୍ବରୁ ଯେଉଁ ପରୀକ୍ଷା ସବୁ କରିଥିଲା ସେଥିରେ ମଧ୍ୟ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବାର ଅଭିଯୋଗ ରହିଛି। ସେହି ପରୀକ୍ଷା ଗୁଡ଼ିକ ହେଲା –
୧. ୨୦୧୮ ଓ ୨୦୧୯ ର ଓଡ଼ିଶା ପୋଲିସ ଏସଆଇ ପରୀକ୍ଷା।  ମାଧ୍ୟମରେ ସବ କଂଟ୍ରାକ୍ଟ ପାଇଥିଲା।
୨. ୨୦୨୧ ଓଡ଼ିଶା ପୋଲିସ ଏସଆଇ ପରୀକ୍ଷା। ଓଞଓଖ ମାଧ୍ୟମରେ ସବ କଂଟ୍ରାକ୍ଟ ପାଇଥିଲା।
୩. ୨୦୨୨, ଓଡ଼ିଶା ପୋଲିସ ସିଭିଲ କନେଷ୍ଟବଲ ପରୀକ୍ଷା।  ମାଧ୍ୟମରେ ସବ କଂଟ୍ରାକ୍ଟ ପାଇଥିଲା।
୪. ୨୦୨୨ ମାଧ୍ୟମରେ ସବ କଂଟ୍ରାକ୍ଟ ପାଇଥିଲା।
୫. ୨୦୨୨, ଓଡ଼ିଶା ପୋଲିସ ଏସଆଇ ପରୀକ୍ଷା। ମାଧ୍ୟମରେ ସବ କଂଟ୍ରାକ୍ଟ ପାଇଥିଲା।
୬. ୨୦୨୨, ଓଡ଼ିଶା ଫାୟାର ଡିପାର୍ଟମେଂଟ ପରୀକ୍ଷା। ଓଞଓଖ ମାଧ୍ୟମରେ ସବ କଂଟ୍ରାକ୍ଟ ପାଇଥିଲା।
ଓଡ଼ିଶାର ପରୀକ୍ଷାର୍ଥିମାନଙ୍କର ସ୍ୱାର୍ଥ ଦୃଷ୍ଟିରୁ ଏହି କମ୍ପାନୀର ଆଗାମୀ ଓଡ଼ିଶା ପୋଲିସ ଏସଆଇ ଟେଣ୍ଡର ବାତିଲ କରିବାକୁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେବାପାଇଁ ଶ୍ରୀ ନୱାଜ ଦାବିକରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking