18.1 C
Bhubaneswar
Friday, January 16, 2026
Homeଓଡିଶାନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ

ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ

ଆଜି କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଭକ୍ତ ଚରଣ ଦାସ କହିଲେ, ବାଲେଶ୍ୱରରେ ଏକ ମୁସଲମାନ ଯୁବକକୁ ସଂଘବଦ୍ଧ ହୋଇ ଯେଭଳି ବାଡେଇ ହତ୍ୟା କଲେ ତାହା ଅତ୍ୟନ୍ତ ବର୍ବାରୋଚିତ l ଆମ ହିନ୍ଦୁ ଧର୍ମର ମହାନ ଗୁଣକୁ ଏହି ଧର୍ମାନ୍ଧ ମାନେ ତିଳ ତିଳ କରି ହତ୍ୟା କରୁଛନ୍ତି l ବିଜେପି ସରକାର ଆସିଲା ଦିନଠୁ ସଂଖ୍ୟାଲଘୁ, ଦଳିତ ଓ ଆଦିବାସୀଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇବାରେ ଲାଗିଛି l କେନ୍ଦ୍ର ଓ ରାଜ୍ୟ ଉଭୟ ବିଜେପି ସରକାର କାହାକୁ ସୁରକ୍ଷା ଦେଇ ପାରିଲା ନାହିଁ l ମନରେଗା ଯୋଜନା ଲୋପକରି ଶ୍ରମିକ ମାନଙ୍କ ଅଧିକାର, ନାରୀଙ୍କୁ ନାୟ, ବିଦ୍ୟାର୍ଥୀଙ୍କୁ ଶିକ୍ଷା, ବେରୋଜଗାରଙ୍କୁ ଚାକିରୀ ଦେବାରେ ଅସଫଳ ହୋଇଛି l ପୁଣି ସଂଖ୍ୟାଲଘୁଙ୍କ ଉପରେ ଚାଲିଛି ଅକଥନୀୟ ଅତ୍ୟାଚାର l ଓଡ଼ିଶାର ପ୍ରାୟ ସ୍ଥାନରେ ବଙ୍ଗାଳୀ ମୁସଲମାନ ଘର ମିସ୍ତ୍ରୀ ଭାବରେ କାମ କରୁଛନ୍ତି l ବଙ୍ଗାଳୀ କହୁଛନ୍ତି ବୋଲି କଣ ସେମାନେ ବାଂଲାଦେଶୀ କି ? ବିଜେପି ସରକାର ଆସିଲା ପରେ ଗୋମାଂସ ରପ୍ତାନି ବୃଦ୍ଧି ପାଇଛି? କେଉଁ ମାନେ ଏଥିରେ ସଂଶ୍ଲିଷ୍ଠ ଅଛନ୍ତି ? କାହା ଆକାଉଣ୍ଟକୁ ଟଙ୍କା ଆସୁଛି? ଏ ବିଷୟ କାହିଁକି ସରକାର ଯାଞ୍ଚ କରୁନାହିଁ ? ଗାଡିରେ ଗୋ ଚାଲାଣ ହେଊଛି ବୋଲି ଗରିବ ଡ୍ରାଇଭର ଓ ହେଲପରଙ୍କ ଉପରେ ଆକ୍ରମଣ କରିବା କେତେଦୂର ଯୁକ୍ତିଯୁକ୍ତ? ବାଲେଶ୍ୱରରେ ଗାଡିର ହେଲପର ଶେଖ ମକନ୍ଦର ମହମ୍ମଦ ଉପରେ ସଙ୍ଘବଦ୍ଧ ହୋଇ ଆକ୍ରମଣ କଲେ ଏବଂ ତାକୁ ବାଡେଇ ବାଡେଇ ନିର୍ମମତା ସହ ହତ୍ୟା କଲେ l ଏପର୍ଯ୍ୟନ୍ତ ଅପରାଧୀଙ୍କୁ ପୋଲିସ ଧରିନାହିଁ l ଯେହେତୁ ସରକାର ଏଭଳି ଅପରାଧୀଙ୍କୁ ପ୍ରଶ୍ରୟ ଦେଉଛି ତେଣୁ ପୋଲିସ ନିଜ ଚାକିରୀ ଯିବା ଭୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ l

ଆମ ହିନ୍ଦୁ ଧର୍ମର ବୈସୁଧେବ କୁଟୁମ୍ବକମ କଥା କହୁଛି କିନ୍ତୁ ବିଜେପି ଏଭଳି ଘଟଣାକୁ ପ୍ରଶ୍ରୟ ଦେଇ ହିନ୍ଦୁ ଧର୍ମକୁ ବିଶ୍ୱରେ ନିନ୍ଦିତ କରୁଛି l ବାଲେଶ୍ୱର ହତ୍ୟାର ଶିକାର ହୋଇଥିବା ମୁସଲମାନ ବ୍ୟକ୍ତି ଶେଖ ମକରନ୍ଦ ମହମ୍ମଦର ସ୍ତ୍ରୀ ଓ ତିନୋଟି ଛୁଆ ଅଛନ୍ତି l ବର୍ତମାନ ସେମାନେ କିଭଳି ଚଳିବେ? ତାଙ୍କ ଅବସ୍ଥା କେମିତି ହେବ? କେତେ ଦୟନୀୟ ସ୍ଥିତି l ସରକାର ସେଇ ପରିବାରର ପ୍ରତିପୋଷଣ ପାଇଁ କଣ ପଦକ୍ଷେପ ନେଇଛନ୍ତି ? ସମ୍ବଲପୁରରେ ବଙ୍ଗାଳୀ ମୁସଲମାନ ଶ୍ରମିକଙ୍କ ହତ୍ୟା ହେଲା, ଗଞ୍ଜାମରେ ଦଳିତଙ୍କ ଉପରେ ଅମାନବୀୟ ଅତ୍ୟାଚାର ହେଲା କିନ୍ତୁ ସରକାରଙ୍କ ସାମାନ୍ୟତମ ମାନବୀୟତା ନାହିଁ l କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି l ଏଭଳି ଧର୍ମାନ୍ଧ ଅପରାଧୀ ବିଜେପି ସରକାରଙ୍କ ଗେଲ୍ହାପୁଅ ହୋଇଛନ୍ତି lପ୍ରଦେଶ କଂଗ୍ରେସ ସରକାରଙ୍କୁ ଅପିଲ କରୁଛି ବାଲେଶ୍ୱର ଘଟଣାରେ ଜଡିତ ସମସ୍ତ ଅପରାଧୀଙ୍କୁ ଅବିଳମ୍ବେ ଗିରଫ କରି ଉଚିତ ଦଣ୍ଡବିଧାନର ବ୍ୟବସ୍ଥା କରାଯାଉ ବୋଲି ସଭାପତି ଶ୍ରୀ ଦାସ ସରକାରଙ୍କ ଠାରେ ଦାବୀ କରିଛନ୍ତି l ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ମୁଖପାତ୍ର ମନୋରଞ୍ଜନ ଦାଶ ଏବଂ ମୁଖପାତ୍ର ରଜନୀ କୁମାର ମହାନ୍ତି ଉପସ୍ଥିତ ଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking