ନୂଆଦିଲ୍ଲୀ : ଭୁମିକମ୍ପରେ ଥରିଲା ଆମେରିକାର କାଲିଫଣ୍ଣିଆ । ସ୍ଥାନୀୟ ସମୟ ୧୨ଟା ୪୦ ମିନିଟରେ ଭୁମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୦ ରେକର୍ଡ କରାଯାଇଛି । ଏହି ଶକ୍ତିଶାଳୀ ଭୂକମ୍ପର କେନ୍ଦ୍ରସ୍ଥଳ ଫର୍ନଡେଲଠାରୁ ପାଖାପାଖି ୧୦୦ କିଲୋମିଟର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ବୋଲି ଜଣାପଡ଼ିଛି । ସେସ୍ମୋଲୋ ବିଭାଗ ପକ୍ଷରୁ ସୋସିଆଲ ମିଡିଆରେ ଏନେଇ ସୂଚନା ଦିଆଯାଇଛି। ଭୂମିକମ୍ପ ପରେ ସୁନାମୀ ଆଲର୍ଟ ଜାରି କରାଯାଇଛି ।