ନୂଆଦିଲ୍ଲୀ: ଭୁବନେଶ୍ୱର ବାଇପାସ ପାଇଁ କ୍ୟାବିନେଟ ମୋହର । କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ ପାଇଁ କ୍ୟାବିନେଟ ମୋହର ବାଜିଛି । ୧୧୦ କିମି ଦୀର୍ଘ ଭୁବନେଶ୍ୱର ବାଇପାସ ପାଇଁ କ୍ୟାବିନେଟ ମୋହର । ୬ ଲେନ ବିଶିଷ୍ଟ ରିଙ୍ଗ ରୋଡ ପାଇଁ ମିଳିଲା ମଞ୍ଜୁରୀ । କଟକ- ଭୁବନେଶ୍ୱରରେ ଭିଡ କମାଇବା ପାଇଁ ହେବ ୬ ଲେନ ବିଶିଷ୍ଟ ରିଂ ରୋଡ । ୮ ହଜାର ୩୦୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ ରିଙ୍ଗ ରୋଡ । କୋଲକାତା- ଚେନ୍ନାଇ ଏନଏଚ-୧୬ ମଧ୍ୟରେ କଟକ, ଭୁବନେଶ୍ୱରରେ ଆସୁଛି । ତେଣୁ ଏକ ବାଇପାସ ରିଙ୍ଗ ରୋଡ ପାଇଁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ଯୋଜନାର ଅଂଶ କହିଲେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।









