ନୂଆଦିଲ୍ଲୀ : ରାଜ୍ୟ କ୍ୟାବିନେଟରେ ୭ଟି ବିଭାଗର ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଆୟୁଷ୍ମାନ ଓ ଜନ ଆରୋଗ୍ୟ ଯୋଜନାକୁ ମଞ୍ଜୁରୀ ମିଳିଛି । ଏଥିରେ ଉପକୃତ ହେବେ ୩କୋଟି ୪୬ ଲକ୍ଷ ହିତାଧିକାରୀ । କ୍ୟାସଲେସ ଟ୍ରିଟମେଣ୍ଟ ପାଇବେ ହିତାଧିକାରୀ । ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ମିଳିତ କାଯ୍ୟକାରୀ ହେବ । ଦେଶର ୨୮ ହଜାର ମେଡିକାଲରେ ସୁବିଧା ମିଳିବ ।ପୂର୍ୱରୁ କେବଳ ୯୦୦ ହସ୍ପିଟାଲରେ ସୁବିଧା ମିଳୁଥିଲା । ଆୟୁଷ୍ମାନ ବୟୋ- ବନ୍ଦନା ଯୋଜନାରେ ବୟସ୍କଙ୍କୁ ଚିକିତ୍ସା ସୁବିଧା ରହିଛି । ୭୦ ବର୍ଷ ବା ତାଠାରୁ ଅଧିକ ବୟସର ବ୍ୟକ୍ତିଙ୍କୁ ଚିକିତ୍ସା ମିଳିବ ।ଓଡିଶା ରାଜ୍ୟ ସଡକ ନୀତି ୨୦୨୫କୁ ଅମୁମୋଦନ ମିଳିଛି । ରାଜ୍ୟର ୭୫ ହଜାର କିମି ରାସ୍ତାକୁ ବିଶ୍ୱସ୍ତରୀୟ କରିବାକୁ ଲକ୍ଷ୍ୟ ରହିଛି ।