ନୂଆଦିଲ୍ଲୀ : ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ସହିତ ଆଜି ୱାୟନାଡ ଲୋକସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନ
ର ମଧ୍ୟ ଫଳାଫଳ ଆସୁଛି । ଆଜି ଦିନ ୧୧ଟା ସୁଦ୍ଧା ପ୍ରାୟ ୧ ଲକ୍ଷରୁ ଅଧିକ ଭୋଟରେ ନିଜ ନିକଟତମ ପ୍ରତିଦ୍ୱନ୍ଦୀ କମ୍ୟୁନିଷ୍ଠ ଦଳରୁ ଭେତେରାନ ସତ୍ୟମ ମୋକେରି ଏବଂ ବିଜେପି ଦଳରୁ ନବ୍ୟ ହରିଦାସଙ୍କଠାରୁ ଆଗୁଆ ଅଛନ୍ତି ପ୍ରିୟଙ୍କା ଗାନ୍ଧୀ । ସୂଚନା ଅନୁସାରେ , ପ୍ରିୟଙ୍କା ଗାନ୍ଧୀଙ୍କୁ ସ୍ୱାମୀ ରବର୍ଟ ଭାଦ୍ରା ତାଙ୍କୁ ସୋସିଆଲ ମିଡିଆରେ ଶୁଭେଛ୍ଛା ଜଣାଇଛନ୍ତି । ତେବେ ୨୦୨୪ ଲୋକସଭା ନିର୍ବାଚନବେଳ ଆମେଥି ସହିତ ୱାୟନାଡ ଆସନରୁ ଲଢିଥିଲେ ରାହୁଲ ଗାନ୍ଧୀ । ହେଲେ ଦୁଇ ଯାକ ଆସନରୁ ନିର୍ବାଚନ ଜିତିବା ପରେ ରାହୁଲ ଆମେଥି ଆସନକୁ ରଖି ୱାୟନାଡ ଆସନ ଛାଡିଦେଇଥିଲେ । ଯାହା ପରେ ସେଠାରେ ଉପ ନିର୍ବାଚନ ହେଉଛି । ଆଉ କଂଗ୍ରେସ ପ୍ରିୟଙ୍କା ଗାନ୍ଧୀଙ୍କୁ ଏଠାରୁ ପ୍ରାର୍ଥୀ କରିଛନ୍ତି ।










