ଯାଜପୁର: ଗତ ୨ ତାରିଖରେ ବ୍ୟାସନଗର ପୌର ପରିଷଦରେ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ୨୬ ଜଣ କାଉନସିଲରଙ୍କ ମଧ୍ୟରୁ ୨0ଜଣ ଅନାସ୍ଥା ସପକ୍ଷରେ ଭୋଟ ଦେଇଥିଲେ | ଯାହାଫଳରେ ଅଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ତାଙ୍କ ପଦବୀ ହରାଇବାରୁ ପୌର ପରିଷଦରେ ଅଚଳବସ୍ଥା ଲାଗିରହିଥିଲା | ଏନେଇ ବୋହୁ କଳ୍ପନା ଜଳ୍ପନା ଓ ଆଇନ ତର୍ଜମା ପରିଶେଷରେ ଯାଜପୁର ଜିଲାପାଳ ପି. ଅନ୍ଵେଷା ରେଡ୍ଡୀ ପୌର ଆଇନ ୧୯୫0 ଅନୁଯାୟୀ ସେକ୍ସନ (ଏ) ଧାରା ୮୯ ଅନୁଯାୟୀ ଉପନଗରପାଳ ଙ୍କୁ ନଗରପାଳ ଦାଇତ୍ୱ ତୁଲାଇବା ପାଇଁ ପତ୍ର ସଂଖ୍ୟା ନଂ ୧୩୭/ ୨୮-୪-୨0୨୫ ରେ ନିର୍ଦ୍ଧେଶ ଦେଇଛନ୍ତି | ଏହି ନିର୍ଦ୍ଧେଶ ବଳରେ ଉପନଗରପାଳ ବଳ ନଗରପାଳ ଦାୟିତ୍ୱ ଗ୍ରହଣ କରିଛନ୍ତି | ନୂତନ ନଗରପାଳ ଙ୍କୁ ପୌର ନିର୍ବାହୀ ଅଧିକାରୀ ନମ୍ରତା ମୋଦୀ ଓ ପୌର କର୍ମଚାରୀ ଏବଂ ପାରିଷଦ ବର୍ଗ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ | ଏହି ଅବସରରେ ପୌର ପରିଷଦ କାର୍ଯ୍ୟାଳୟରେ ଏକ ଖୁସିର ମାହୋଲ ଦେଖିବାକୁ ମିଳିଥିଲା| ଆତସ ବାଜି ସହ ପାରିଷଦ ମାନେ ମିଠା ବାଣ୍ଟି ବିଜୟ ଉଲ୍ଲାସ ମନାଇଥିଲେ | ଏହି ବିଜୟ ସମଗ୍ର ସହରବାସୀ ଓ କାଉନସିଲର ମାନଙ୍କର ଏବଂ ଏହା ଅନ୍ୟାୟ ଅସତ୍ୟ ବିରୁଦ୍ଧରେ ସତ୍ୟର ଜୟ ହୋଇଥିବା ନଗରପାଳ ବଳ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ | ଆଗାମୀ ଦିନରେ ସହରର ବିକାଶ ତ୍ୱରାନ୍ୱିତ ହେବାସହ ଅଧୁରା ରହିଥିବା କାର୍ଯ୍ୟକୁ ସମସ୍ତଙ୍କ ସହଯୋଗରେ ଆଗେଇ ନେବେ ବୋଲି କହିଥିଲେ |