24.1 C
Bhubaneswar
Sunday, December 7, 2025
Homeଓଡିଶାବ୍ଯାସନଗରରେ ଧ୍ଯାନ ଯୋଗ ସାଧନା ଶିବିର ଅନୁଷ୍ଠିତ

ବ୍ଯାସନଗରରେ ଧ୍ଯାନ ଯୋଗ ସାଧନା ଶିବିର ଅନୁଷ୍ଠିତ

ଯାଜପୁର: ଆଜି ବୁଧବାର ପତଞ୍ଜଳୀ ଯୋଗ ପରିବାର ଓ ବ୍ଯାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟ ର ମିଳିତ ଆନୁକୁଲ୍ୟରେ ମହାବିଦ୍ୟାଳୟ ର ପରିସରରେ ଗୋଟିଏ ଏକ ଦିବସୀୟ ଧ୍ଯାନ ଯୋଗ ସାଧନା ଶିବିର ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଜିଲ୍ଲା ପତଞ୍ଜଳୀ ଭାରତ ସ୍ବାଭିମାନ ଟ୍ରଷ୍ଟ ର ଜିଲ୍ଲା ପ୍ରଭାରୀ ଶ୍ରୀଯୁକ୍ତ ବିବେକାନନ୍ଦ ଜେନା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିବା ଏହି ଶିବିର କୁ ମୁଖ୍ୟ ଅତିଥି ପତଞ୍ଜଳୀ ଯୋଗ ସମିତି ର ରାଜ୍ଯ ପ୍ରଭାରୀ ଶ୍ରୀଯୁକ୍ତ ରାଧା ମାଧବ ବହିଦାର ଓ ପତଞ୍ଜଳୀ କିସାନ ସେବା ସମିତିର ରାଜ୍ୟ ପ୍ରଭାରୀ ଶ୍ରୀଯୁକ୍ତ ସ୍ବୟଂ ପ୍ରକାଶ ଦ୍ଯୁତି ରଞନ ମହାପାତ୍ର ଦ୍ବୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ। ବ୍ଯାସନଗର ତହସିଲ ର ପତଞ୍ଜଳୀ ଭାରତ ସ୍ବାଭିମାନ ଟ୍ରଷ୍ଟ ର ପ୍ରଭାରୀ କ୍ଯାପ୍ଟେନ୍ ପୂର୍ଣ ଚନ୍ଦ୍ର ସ୍ଵାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ର ଆରମ୍ଭରେ ମଞ୍ଚାସୀନ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ ଶିବିରରେ ୨୦୦ ରୁ ଊର୍ଦ୍ଧ୍ବ ପ୍ରଶିକ୍ଷାର୍ଥୀ ଅଂଶ ଗ୍ରହଣ କରି ଧ୍ଯାନ ଯୋଗ ଶିକ୍ଷା କରିଥିଲେ। ଉକ୍ତ ଶିବିରରେ ପତଞ୍ଜଳୀ ଯୋଗ ସମିତି ର ଯାଜପୁର ଜିଲ୍ଲା ପ୍ରଭାରୀ ଶ୍ରୀ ଯୁକ୍ତ ମନ୍ମଥ କୁମାର ସାମଲ ଓ ତହସିଲ ର ଯୋଗ ପ୍ରଭାରୀ ଶ୍ରୀ ବଟକୃଷ୍ଣ ପ୍ରଧାନ ଶ୍ରୀ ଯୁକ୍ତ ଜ୍ଞାନ ରଞ୍ଜନ ରାଉତ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ ।କିସାନ ବିକାଶ ସମିତିର ରାଜ୍ୟ ପ୍ରଭାରୀ ଶ୍ରୀଯୁକ୍ତ ମହାପାତ୍ର ପ୍ରଶିକ୍ଷାର୍ଥୀ ମାନଙ୍କୁ ୬୪ ଗୋଟି ଆସନ ଓ ପ୍ରାଣାୟାମ ବିଷୟରେ ଦୀର୍ଘ ୨ ଘଣ୍ଟା ରୁ ଉର୍ଦ୍ଧ୍ବ କାଳ ଶିକ୍ଷାଦାନ କରିବା ସହିତ ଅସଙ୍ଖ୍ଯ ରୋଗର ଆୟୁର୍ବେଦୀୟ ଉପଚାର ବିଷୟରେ ଆଲୋଚନା କରିଥିଲେ। ଏହା ସକାଳ ୫.୩୦ ରୁ ସକାଳ ୮.୦୦ ଟା ପର୍ଯ୍ୟନ୍ତ ଚାଲିଥିଲା। କାର୍ଯ୍ୟକ୍ରମ ର ଶେଷରେ ପତଞ୍ଜଳୀ ଯୋଗ ସମିତି ଭାରତ ସ୍ବାଭିମାନ ଟ୍ରଷ୍ଟ ର ଯାଜପୁର ଜିଲ୍ଲା ସହ ପ୍ରଭାରୀ ଶ୍ରୀଯୁକ୍ତ ବିଭୀଷଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ପୁ୍ନଶ୍ଚ ଦିବା ୧୧ ଘଟିକା ସମୟରେ ପତଞ୍ଜଳୀ ଯୋଗ ସମିତି ଭାରତ ସ୍ବାଭିମାନ ଟ୍ରଷ୍ଟ ର ବ୍ଯସନଗରର କାର୍ଯ୍ୟାଳୟ ରେ ପତଞ୍ଜଳୀ ପରିବାରର ଯାଜପୁର ଜିଲ୍ଲା ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମଧ୍ୟ ରାଜ୍ଯ ପ୍ରଭାରୀ ଦ୍ବୟ ଯୋଗ ଦାନ କରି ଭବିଷ୍ୟତ ରେ କିପରି ଯାଜପୁର ଜିଲ୍ଲାର ଘରେ ଘରେ ସଙ୍ଗଠନ ପହଞ୍ଚି ପାରିବ ଏବଂ ପ୍ରତ୍ୟେକ ବ୍ଯକ୍ତି କିପରି ଯୋଗ ସହିତ ଯୋଡି ହେବେ ଏବଂ ସୁସ୍ଥ ଓ ନିରାମୟ ଜୀବନ ଅତିବାହିତ କରିବେ ତା’ର ରୂପ ରେଖ ପ୍ରସ୍ତୁତ କରି ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking