28.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶମାତ୍ରାଧିକ କାମ ଯୋଗୁ ଚାଲିଗଲା ଡେଲିଭରି ବୟଙ୍କ ଜୀବନ

ମାତ୍ରାଧିକ କାମ ଯୋଗୁ ଚାଲିଗଲା ଡେଲିଭରି ବୟଙ୍କ ଜୀବନ

ନୂଆଦିଲ୍ଲୀ : ପୂର୍ବ ଚୀନର ଜେଜିଆଙ୍ଗ ପ୍ରଦେଶରୁ ମଧ୍ୟ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ, ୫୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଖାଦ୍ୟ ଡେଲିଭରୀରେ କାମ କରୁଥିଲେ । ତାଙ୍କର ୧୮ ଘଣ୍ଟିଆ ସିଫ୍ଟ ଏବଂ ଅର୍ଡର ପୂରଣ କରିବା ବାଟରେ ସେ ଇଲେକ୍ଟ୍ରିକ୍ ବାଇକ୍ ଉପରେ ବିଶ୍ରାମ ନେଉଥିବା ବେଳେ ମୃତ୍ୟୁ ଘଟିଥିଲା । ଏହି ବ୍ୟକ୍ତିଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବାଇକରେ ବିଶ୍ରାମ ନେବାବେଳେ ନିଦ୍ରାରେ ମୃତ୍ୟୁ ହେବାର ଏହି ଘଟଣା ସାରା ଦେଶରେ ଡେଲିଭରୀ ଡ୍ରାଇଭରଙ୍କ କଲ୍ୟାଣ ତଥା ଆଇନଗତ ଅଧିକାର ଉପରେ ଏକ ଅନଲାଇନ୍ ଆଲୋଚନା ଆରମ୍ଭ କରିଛି । ୟୁଆନ୍ ନାମକ ଏହି ବ୍ୟକ୍ତି ସାଧାରଣତଃ ଦିନକୁ ୫୦୦ ରୁ ୬୦୦ ରୋଜଗାର କରିଥିଲେ, ବର୍ଷା ଦିନରେ ୭୦୦ ୟୁଆନ୍ ରୁ ଅଧିକ ରୋଜଗାର ହେଉଥିଲା । ଏହି ବ୍ୟକ୍ତି ଜଣକ ତାଙ୍କ ଡ୍ୟୁଟିରେ ସକାଳ ୯ ଟାରୁ ପରଦିନ ୧ଟା ପର୍ଯ୍ୟନ୍ତ ରହୁଥିଲେ, ଯେପର୍ଯ୍ୟନ୍ତ ତାଙ୍କ ଡ୍ୟୁଟିରେ ଆଉ କେହି ନଆସିଥିବେ । ୟୁଆନ୍ଙ୍କୁ ଅର୍ଡର କିଙ୍ଗ କୁହାଯାଉଥିଲା । ସେ ବେଳେବେଳେ ସକାଳ ୩ ଟା ପର୍ଯ୍ୟନ୍ତ କାମ କରନ୍ତି, ତା’ପରେ ସକାଳ ୬ ଟାରେ ଉଠି ପୁଣି କାମ ଆରମ୍ଭ କରନ୍ତି । ଯେତେବେଳେ ସେ କ୍ଳାନ୍ତ ଅନୁଭବ କରନ୍ତି, ସେ ନିଜ ବାଇକରେ ଅଳ୍ପ ସମୟ ଶୁଅନ୍ତି ଏବଂ ଅର୍ଡର ପାଇବା ମାତ୍ରେ କାମକୁ ଫେରିବାକୁ ପ୍ରସ୍ତୁତ ହୁଅନ୍ତି । ୟୁଆନର ଅନ୍ୟ ଜଣେ ସହକର୍ମୀ କହିଛନ୍ତି ଯେ, ଏକ ମାସ ପୂର୍ବରୁ ଅର୍ଡର ଦେବାବେଳେ ତାଙ୍କ ଗୋଡରେ ଫ୍ୟାକ୍ଚର ଆସିଥିଲା । ସେ କାମକୁ ଫେରିବା ପୂର୍ବରୁ ପ୍ରାୟ ୧୦ ଦିନ ବିଶ୍ରାମ ନେଇଥିଲେ ଏବଂ ଦୁଇ ସପ୍ତାହ ପରେ ମୃତ୍ୟୁ ବରଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking