24.6 C
Bhubaneswar
Sunday, April 12, 2026
Homeଦେଶ ବିଦେଶଲିଫ୍ଟରେ ଫସି ଚାଲିଗଲା ବ୍ୟବସାୟୀଙ୍କ ଜୀବନ

ଲିଫ୍ଟରେ ଫସି ଚାଲିଗଲା ବ୍ୟବସାୟୀଙ୍କ ଜୀବନ

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶରୁ ସାମ୍ନାକୁ ଆସିଛି ଏକ ଦୁଖଦ ଘଟଣା। ଉତ୍ତର ପ୍ରଦେଶର ମେରଠରେ ଜଣେ ବ୍ୟବସାୟୀଙ୍କ ବେକ ଲିଫ୍ଟରେ ଫସି ମୃତ୍ୟୁ ଘଟିଛି। ସେ ଲିଫ୍ଟରେ ଯାତ୍ରା କରୁଥିଲେ ହଠାତ୍ ମଝିରେ ଲିଫ୍ଟ ବନ୍ଦ ହୋଇଗଲା ତା’ପରେ ସେ ଲିଫ୍ଟରୁ ବାହାରିକୁ ମୁଣ୍ଡ କାଢ଼ି ତଳକୁ ଚାହିଁଲେ, ତା’ପରେ ଲିଫ୍ଟ ଚାଲିବାକୁ ଲାଗିଲା । ସେହି ସମୟରେ ବ୍ୟବସାୟୀଙ୍କ ବେକ ଲିଫ୍ଟରେ ଫସିଗଲା, ଯାହା ପରେ ତାଙ୍କର ମୃତ୍ୟୁ ହେଲା। ମୃତକଙ୍କ ବୟସ ୬୨ ବର୍ଷ ବୋଲି କୁହାଯାଉଛି। ତାଙ୍କର କ୍ରୀଡା ସାମଗ୍ରୀ ତିଆରି ପାଇଁ ଏକ କାରଖାନା ଅଛି।

ସୂଚନା ଅନୁସାରେ ରବିବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଏହି ଦୁର୍ଘଟଣା ମେରଠର ସିଭିଲ ଲାଇନ୍ସ ଥାନା ଅଞ୍ଚଳର ଦେବୀ ନଗରରେ ଘଟିଥିଲା । ଯେଉଁଠାରେ ବ୍ୟବସାୟୀ ହରବିନ୍ଦର ସିଂହଙ୍କ ବେକ ଲିଫ୍ଟରେ ଫସି ଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ହରବିନ୍ଦର ସିଂହଙ୍କର ଦେବୀ ନଗରରେ ଏକ କ୍ରୀଡା ସାମଗ୍ରୀ ତିଆରି କାରଖାନା ଅଛି। ସାମଗ୍ରୀ ଆଣିବା ଏବଂ ନେବା ପାଇଁ କାରଖାନାରେ ଏକ ଲିଫ୍ଟ ଅଛି। ଶନିବାର ସନ୍ଧ୍ୟାରେ ବ୍ୟବସାୟୀ ହରବିନ୍ଦର ସିଂହ ସାମଗ୍ରୀ ଲିଫ୍ଟରେ ଉପରକୁ ଯାଉଥିଲେ। ସେତେବେଳେ ତାଙ୍କ ସହିତ ଏହି ଦୁର୍ଘଟଣା ଘଟିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking