25.1 C
Bhubaneswar
Tuesday, March 17, 2026
Homeଅପରାଧ୪୦ ଲକ୍ଷ ଠ‌କେଇ ଅଭିଯୋଗରେ ବ୍ୟବସାୟୀ ଗିରଫ

୪୦ ଲକ୍ଷ ଠ‌କେଇ ଅଭିଯୋଗରେ ବ୍ୟବସାୟୀ ଗିରଫ

କୋରାପୁଟ: ବ୍ୟବସାୟ ପାଇଁ ଧାର ନେଇ ଫେରାଇଲେନି ବ୍ୟବସାୟୀ। ୨ ଜଣ ବ୍ୟକ୍ତିଙ୍କ ଠାରୁ ୪୦ ଲକ୍ଷ ଟଙ୍କା ଠକେଇ ମାମଲାରେ ଜଣେ ବ୍ୟବସାୟୀ ଅନୁଗୁଲରୁ ଗିରଫ ହୋଇଛନ୍ତି। ଏନେଇ କୋରାପୁଟ ପୁଲିସ ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ଅମ୍ବିତ ମହାନ୍ତି। ସେହିପରି ଭାବେ ପ୍ରଫୁଲ କୁମାର ପାଙ୍ଗିଙ୍କ ଠାରୁ ବି ଅନୁରୁପ ଭାବେ ଉପେନ୍ଦ୍ର ମହାନ୍ତି ବ୍ୟବସାୟ ପାଇଁ ୨୦ ଲକ୍ଷ ଟଙ୍କା ଧାର ନେଇଥିଲେ। ୨ ମାସ ମଧ୍ୟରେ ଟଙ୍କା ଫେରାଇବା ପାଇଁ କହିଥିଲେ। ପରବର୍ତ୍ତୀ ସମୟରେ ସେ ଆଉ ଟଙ୍କା ନଫେରାଇ ସେମିଳିଗୁଡାରୁ ଫେରାର ହୋଇଯାଇଥିଲେ। ଶେଷ ରେ ନିରାଶ ହୋଇ ପ୍ରଫୁଲ ଗତ ୨୩-୦୮-୨୦୨୫ ରେ ସାଇବର ଥାନାରେ ଏତଲା ଦେଇଥିଲେ। ସାଇବର ଥାନାରେ କେସ ନଂ ୧୫/୨୫ ରେ ମାମଲା ରୁଜୁ କରାଯାଇ ପୁଲିସ ତଦନ୍ତ ଜାରି ରଖିଥିଲା। ଉଭୟ ମାମଲା‌ରେ ଏସଆଇ କୃଷ୍ଣ କୁମାରୀ ପ୍ରଧାନ ତଦନ୍ତକାରୀ ଅଧିକାରୀ ରହିଥିଲେ।

ପୁଲିସର ତଦନ୍ତରେ ଉପେନ୍ଦ୍ର ଅନୁଗୁଲ ରେ ରହୁଥିବାର ସୂଚନା ମିଳିଥିଲା। ପୁଲିସର ୨ଟି ଟିମ୍ ଅନୁଗୁଲକୁ ଯାଇ ଉପେନ୍ଦ୍ରକୁ କାବୁ କରିଥିଲେ। ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଉପେନ୍ଦ୍ର ବିଭିନ୍ନ ବ୍ୟାଙ୍କରେ ରୂଣ କରିଛନ୍ତି। ତାଙ୍କ ବ୍ୟାଙ୍କ ଏକାଉଣ୍ଟକୁ ଫ୍ରୀଜ୍ କରାଯାଇଥିବା ବେଳେ ତାଙ୍କ ଏକାଉଣ୍ଟ ରେ କିଛି ବେଲେନସ୍ ନାହିଁ। କେବଳ ଏହି ୨ ଜଣ ନୁହେଁ ଏପରି ସେ ବହୁ ବ୍ୟକ୍ତିଙ୍କ ଠାରୁ ଟଙ୍କା ନେଇ ଫେରାଇ ନାହାନ୍ତି। ଏ ନେଇ ତଦନ୍ତ ଚାଲୁ ରହିଛି। ତଦନ୍ତ ପରେ ଜଣାପଡିବ ବାସ୍ତବ ରେ ସେ କେତେ ଟଙ୍କା ଧାର ନେଇଛନ୍ତି। ଉପେନ୍ଦ୍ରଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀ ରେ ଅନ୍ୟ ମାନଙ୍କ ମଧ୍ୟରେ ସାଇବର ଥାନା ଅଧିକାରୀ ଭବାନି ପ୍ରଧାନ ଓ ଏସଆଇ କୃଷ୍ଣା କୁମାରୀ ପ୍ରଧାନ ଉପସ୍ଥିତ ରହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking