21.1 C
Bhubaneswar
Tuesday, December 23, 2025
Homeଓଡିଶାବସ୍-ଟ୍ରକ୍ ଧକ୍କା: ୨୦ ଆହତ

ବସ୍-ଟ୍ରକ୍ ଧକ୍କା: ୨୦ ଆହତ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗରିପାଲି ବ୍ଲକର ସାଲେପାଲି ରାଇସମିଲ୍ ନିକଟରେ ଏକ ଗହମ ବୋଝେଇ ଟ୍ରକ୍ ସହିତ ପିକନିକ୍ ବସ୍ ଧକ୍କା ଦେବା ଫଳରେ ୨୦ ଜଣ ଛାତ୍ର ଆହତ ହୋଇଛନ୍ତି। ଆହତ ଛାତ୍ରମାନେ ସୋହେଲା ଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏବଂ ପିକନିକ୍ ପାଇଁ ସୁବର୍ଣ୍ଣପୁରର ପାଟାଲି ଶ୍ରୀକ୍ଷେତ୍ର ଯାଇଥିଲେ। ସୂଚନା ଅନୁଯାୟୀ, ୫୦ ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେଇ ପିକନିକ୍ ବସ୍ ସୋହେଲା ଅଭିମୁଖେ ଯାଉଥିବା ବେଳେ ଘନ କୁହୁଡ଼ି ଏବଂ କମ୍ ଦୃଶ୍ୟମାନତା ଯୋଗୁଁ ଦ୍ରୁତ ଗତିରେ ଆସୁଥିବା ବସଟି ଅଟକି ରହିଥିବା ଗହମ ବୋଝେଇ ଟ୍ରକ୍‌କୁ ଧକ୍କା ଦେଇଥିଲା। ଫଳରେ ୨୦ ଜଣ ଛାତ୍ର ଆହତ ହୋଇଥିଲେ। ସ୍ଥାନୀୟ ଲୋକମାନେ ଦୁର୍ଘଟଣା ଦେଖି ଅଗ୍ନିଶମ ସେବା କର୍ମଚାରୀଙ୍କୁ ଖବର ଦେଇଥିଲେ। ସୂଚନା ପାଇ ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତ ଛାତ୍ରମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡୁଙ୍ଗରିପାଲି ସରକାରୀ ଡାକ୍ତରଖାନାକୁ ପଠାଇଥିଲେ। ସୂଚନା ପାଇ ଡୁଙ୍ଗରିପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking