27.1 C
Bhubaneswar
Tuesday, February 24, 2026
Homeଓଡିଶାବସ୍ - ପିକଅପ ଭ୍ୟାନ ମୁହାଁମୁହିଁ ଧକ୍କା

ବସ୍ – ପିକଅପ ଭ୍ୟାନ ମୁହାଁମୁହିଁ ଧକ୍କା

କନ୍ଧମାଳ : କନ୍ଧମାଳ ଜିଲ୍ଲା ସଦର ଥାନା  ନିକଟରେ ଏକ ଘରୋଇ  ଯାତ୍ରୀବାହୀ ବସ  ଓ ପିକଅପ ଭ୍ୟାନ  ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।   ଏଥିରେ  ବସର ଡ୍ରାଇଭର ହେଲପର  ଓ ପିକଅପ ଭ୍ୟାନର  ଡ୍ରାଇଭର ଙ୍କ ସହିତ  କିଛି ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୪ ଜଣ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି ହୋଇଥିବା ବେଳେ ଅନ୍ୟମାନଙ୍କୁ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ତା’ପରେ ସେମାନେ ସେମାନେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯାତ୍ର କରିଥିଲେ।ବସ୍‌ଟି ଦାରିଙ୍ଗବାଡ଼ିରୁ ଫୁଲବାଣୀ ଅଭିମୁଖେ ଆସୁଥିବା ବେଳେ ପିକଅପ ଭ୍ୟାନଟି ବାଲିଗୁଡ଼ା ଅଭିମୁଖେ ଯାଉଥିଲା। ଉଭୟ ଗାଡ଼ି ସଦର ଥାନା ଶାଳବଣ ନିକଟ ବୁଲାଣି ରାସ୍ତାରେ ମୁହାଁମୁହିଁ ହୋଇ ଧକ୍କା ହୋଇଥିଲେ। ଦୁର୍ଘଟଣାରେ ଉଭୟ ଗାଡ଼ିର ସମ୍ମୁଖ ଭାଗ ଭାଙ୍ଗିଯାଇଛି। ସଦର ଥାନା ପୁଲିସ ଉଭୟ ଗାଡ଼ିକୁ ଜବତ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking