କୋରାପୁଟ : କୋରାପୁଟ ଜିଲ୍ଲା ସୁଙ୍କି ଘାଟିରେ ଓଲଟିଲା ସରକାରୀ ଭଲଭୋ ବସ୍ । ୧୦୦ ଫୁଟ୍ ତଳକୁ ଖସିଲା ଏହି ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ବସ୍ଟି ଭବାନୀପାଟଣା ଠାରୁ ବିଶାଖାପାଟଣା ଯାଉଥିଲା । ତେବେ ସୁଙ୍କି ଘାଟିରେ ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ହଠାତ୍ ବସଟି ଖାଇକୁ ଖସିପଡ଼ିଥିଲା । ଖବର ପାଇଁ ପୁଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରିଥିଲେ। ଆହତ ଯାତ୍ରୀଙ୍କୁ ପଟ୍ଟାଙ୍ଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେହିପରି ଆଠଗଡ଼ ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଓରନ୍ଦା ଓଭର ବ୍ରିଜ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ରଡ୍ ବେଝେଇ ଟ୍ରକକୁ ପଛପଟୁ ଚିପ୍ସ ବୋଝେଇ ହାଇୱା ଧକ୍କା ଦେବା ଫଳରେ ହାଇୱା ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଘଟଣା ସ୍ଥଳରେ ଆଠଗଡ଼ ଅଗ୍ନିଶମ ବିଭାଗ ଓ ଗୁରୁଡ଼ିଝାଝିଆ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।










