ନୂଆଦିଲ୍ଲୀ: ଭାରସାମ୍ୟ ହରାଇ ବସଟି ପଥଚାରୀଙ୍କ ଉପରେ ପଡିଯିବାରୁ ୪ ଜଣଙ୍କ ମୃତ୍ୟୁ ହୋଇଛି ନଅ ଜଣ ଆହତ ହୋଇଛନ୍ତି । ସୋମବାର ବିଳମ୍ବିତ ରାତିରେ ମୁମ୍ବାଇର ଭାଣ୍ଡୁପର ଷ୍ଟେସନ ରୋଡରେ ଏହି ଦୁର୍ଘଟଣା ଘଟିଛି । ଯାହା ସିସିଟିଭିରେ କଏଦ ହୋଇଛି । ସ୍ଥିତି ଏତେ ଭୟାନକ ଯେ ଦେଖିବା ଅସମ୍ଭବ । ସ୍ଥାନୀୟ ଲୋକଙ୍କ ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ ଜାରି ରଖିଛି । ବସ ଡ୍ରାଇଭରକୁ ଅଟକ ରଖାଯାଇଛି । ଡ୍ରାଇଭରକୁ ଅଟକ ରଖି ମାମଲା ରୁଜୁ କରାଯାଇଛି । ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଚିକିତ୍ସା କରାଯାଉଛି । ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଦୁଃଖ ପ୍ରକାଶ କରି ମୃତକଙ୍କ ପରିବାର ପାଇଁ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି । ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ କାମନା କରିଛନ୍ତି ।










