ସମ୍ବଲପୁର: ସମ୍ବଲପୁର – କଟକ ୫୫ ନମ୍ବର ଜାତୀୟ ରାଜପଥରେ ରବିବାର- ସୋମାବାର ରାତିରେ ପୁଣି ଦୁର୍ଘଟଣା ଘଟିଛି । ସମ୍ବଲପୁର ଜିଲ୍ଲା ରେଢାଖେଲ ଥାନା ଅଧୀନ ଲୁହାପଙ୍କରେ ପର୍ଯ୍ୟଟକଙ୍କୁ ନେଇ ଆଦକୁ ବଢୁଥିବା ଏକ ବସ ଦୁର୍ଘଟଣାଗ୍ରସ୍ଥ ହୋଇଛି । ଏଥିରେ ଯାତ୍ରୀବାହୀ ବସର କଣ୍ଡକ୍ଟରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳିନାହିଁ । ସୂଚନା ଅନୁସାରେ ଗତକାଲି ଯାତ୍ରୀବୀହୀ ବସଟି ସମ୍ବଲପୁର ଜିଲ୍ଲା ସାହାସପୁର ଓ ସମ୍ବଲପୁର ଜିଲ୍ଲାର କିଛି ପର୍ଯ୍ୟଟକଙ୍କୁ ନେଇ ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ କପିଳାସକୁ ଯାଇଥିଲା । ଗତକାଲି ରାତିରେ ସମ୍ବଲପୁର ଅଭିମୁଖେ ଫେରୁଥିଲା । ବସଟି ନିୟନ୍ତ୍ରଣ ହରାଇ ରାତି ପ୍ରାୟ ରାତି ପ୍ରାୟ ୧ଟାରେ ପଛପଟୁ ଏକ ଟ୍ରକକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଯାତ୍ରାବୀହୀ ବସ କଣ୍ଡକ୍ଟରଙ୍କ ମୃତ୍ୟୁ ହୋଇଛି । ତାଙ୍କ ପରିଚୟ ମିଳିପାରିନାହିଁ । ଦୁର୍ଘଟଣା ପରେ ବସର ଚାଳକ ଫେରାର ଥିବା ବେଳେ ଯାତ୍ରୀମାନେ ନିଜ ସୁବିଧା ଅନୁସାରେ ଘରକୁ ଯାଇଛନ୍ତି ।










