କେରଳ: କେରଳର ତିରୁବନନ୍ତପୁରମରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବିବାହର କିଛି ଘଣ୍ଟା ପୂର୍ବରୁ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ରିପୋର୍ଟ ଅନୁଯାୟୀ, ସୋମବାର ସକାଳେ ଯୁବକ ଜଣକ ଏକ ମନ୍ଦିରରେ ବିବାହ କରିବାକୁ ସ୍ଥିର ହୋଇଥିଲା। ରାତି ପ୍ରାୟ ୧ଟା ସମୟରେ ତାଙ୍କୁ ଏକ ରୋଡୱେଜ୍ ବସ୍ ଧକ୍କା ଦେଇଥିଲା ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଘଟିବା ସମୟରେ ଯୁବକ ଜଣକ ଶ୍ରୀକାର୍ୟମ୍ ଅଞ୍ଚଳରେ ଏକ ବାଇକ୍ ଚଲାଉଥିଲେ। ମୃତକଙ୍କ ନାମ ରାଜେଶ, ସେ ଚେମ୍ପଜାନ୍ଥୀ ଚେଲାମଙ୍ଗଲମର ବାସିନ୍ଦା।
ସୂଚନା ଅନୁଯାୟୀ, ରାଜେଶଙ୍କ ସୋମବାର ସକାଳେ କଟ୍ଟାଇକୋନମର ଜଣେ ମହିଳାଙ୍କୁ ଏକ ମନ୍ଦିରରେ ବିବାହ କରିବାର ଯୋଜନା ଥିଲେ। କିନ୍ତୁ, ରବିବାର ଦିନ ରାତି ପ୍ରାୟ ୧ଟା ସମୟରେ କନିଆପୁରମ ଡିପୋରେ ଚାର୍ଜ ହେବା ପରେ ବିକାଶ ଭବନକୁ ଯାଉଥିବା ବେଳେ ପାଙ୍ଗାପ୍ପାରା ମଙ୍ଗୁଝିରେ ଏହି ଦୁର୍ଘଟଣା ଘଟିଥିଲା। ଏକ ତାଙ୍କ ବାଇକ ସହିତ ଏକ ଇଲେକ୍ଟ୍ରିକ୍ ବସ୍ ଧକ୍କା ହୋଇଥିଲା । ଖବର ପାଇଁ ଶ୍ରୀକାର୍ୟମ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି।









