20.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଡିଭାଇଡର୍‌ରେ ପିଟିହେଲା ବସ୍‌, ୧୬ ମୃତ

ଡିଭାଇଡର୍‌ରେ ପିଟିହେଲା ବସ୍‌, ୧୬ ମୃତ

ନୂଆଦିଲ୍ଲୀ: ରବିବାର ବିଳମ୍ବିତ ରାତିରେ ଇଣ୍ଡୋନେସିଆରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ରିପୋର୍ଟ ଅନୁଯାୟୀ ଇଣ୍ଡୋନେସିଆର ମୁଖ୍ୟ ଦ୍ୱୀପ ଜାଭାରେ ଏକ ବସ୍ ଦୁର୍ଘଟଣା ଘଟି ୧୬ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି କିଛି ଲୋକ ଆହତ ହୋଇଛନ୍ତି। ମୃତଦେହଗୁଡିକୁ ଉଦ୍ଧାର କରାଯାଇ ସେମାନଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଏକ ଉଦ୍ଧାରକାରୀ ସଂସ୍ଥାର ମୁଖ୍ୟ ବୁଡିଓନୋ କହିଛନ୍ତି ଯେ ୩୪ ଜଣଙ୍କୁ ନେଇ ଯାଉଥିବା ବେଳେ ବସ୍‌ଟି ଜାକର୍ତ୍ତାରୁ ଦେଶର ପ୍ରାଚୀନ ରାଜକୀୟ ନଗରୀ ଯୋଗ୍ୟାକାର୍ତାକୁ ଯାଉଥିଲା। ତେବେ କେନ୍ଦ୍ରୀୟ ଜାଭାର ସେମାରାଙ୍ଗ ସହରର କ୍ରାପାୟାକ୍ ଟୋଲ୍ ରାସ୍ତାରେ ଏକ ବକ୍ର ପ୍ରସ୍ଥାନ ରାମ୍ପ୍‌ରେ ପ୍ରବେଶ କରିବା ସମୟରେ ଏହା ନିୟନ୍ତ୍ରଣ ହରାଇ ଏକ କଂକ୍ରିଟ୍ ବ୍ୟାରିୟରରେ ଜୋରଦାର ଧକ୍କା ଦେଇଥିଲା। ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରୁ ୬ଜଣଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ହସ୍ପିଟାଲକୁ ନେବା ବାଟରେ କିମ୍ବା ଚିକିତ୍ସା ସମୟରେ ଅନ୍ୟ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବୁଡିଓନୋ କହିଛନ୍ତି। ତାଙ୍କ କହିବାନୁସାରେ ନିକଟବର୍ତ୍ତୀ ଦୁଇଟି ହସ୍ପିଟାଲରେ ଚିକିତ୍ସାଧୀନ ୧୮ ଜଣ ପୀଡିତଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ଗୁରୁତର ଏବଂ ୧୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking