27.1 C
Bhubaneswar
Sunday, October 27, 2024
Homeଓଡିଶାବସ -ବାଇକ ଧକ୍କାରେ :  ଜଣେ ମୃତ

ବସ -ବାଇକ ଧକ୍କାରେ :  ଜଣେ ମୃତ

ବ୍ୟୁରୋ : ବସ ବାଇକ ମୁହାଁମୁହିଁ  ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଲେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି ।  ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା  କାମାକ୍ଷାନଗର ଥାନା ରେକୁଳା ଗାଁ ନିକଟରେ । ମୃତକଙ୍କ ନାଁ  ରମେଶ  ପାତ୍ର । ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କ ନାଁ ବିଶୁ ପାତ୍ର  ା ସେମାନଙ୍କ ଘର ଟେମ୍ପଲେଇ ।  ଢେଙ୍କାନାଳ – କାମାକ୍ଷାନଗର  ମୁଖ୍ୟ ରାସ୍ତା ରେକୁଳା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଥିଲା ।  ବସଟି ଢେଙ୍କାନାଳରୁ ଆସୁଥିବା ବେଳେ ଢେଙ୍କାନାଳ ଆଡକୁ ଯାଉଥବା  ବାଇକ ସହିତ ଏହାର ମୁହାଁମୁହିଁ ଧକ୍କା ହୋଇଥିଲା ।  ଦୁର୍ଘଟଣା ପରେ ଗୁରୁତର ଅବସ୍ଥାରେ ରମେଶ ପାତ୍ର  ଓ ବିଶୁ ପାତ୍ରଙ୍କୁ କାମାକ୍ଷାନଗର  ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ରମେଶ ପାତ୍ରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।  ବିଶୁ ପାତ୍ରଙ୍କ ଅବସ୍ଥା ଗୁରୁୁତର ଥିବାବେଳେ  ପ୍ରାଥମିକ ଚିକିସାô  ପରେ  ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି । ଅନ୍ୟ ପକ୍ଷରେ ଦୁର୍ଘଟଣା ଘଟିବା ପରେ ବସଟି ଦ୍ରୁତ ଗତିରେ ସେଠାରୁ ପଳାଇ ଯାଇ କାମାକ୍ଷାନଗର  ଥାନାରେ ଆତ୍ମ ସମର୍ପଣ କରିଥିଲା ।

https://www.youtube.com/watch?v=87SVp4nDBfA

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking