19.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶନେପାଳରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ: ୨ ମୃତ

ନେପାଳରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ: ୨ ମୃତ

ନେପାଳ: ନେପାଳର ଲୁମ୍ବିନୀ ପ୍ରଦେଶରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ସୋମବାର ଦିନ ଏକ ମିନିବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି। ବସ୍ ନିୟନ୍ତ୍ରଣ ହରାଇ ପାହାଡ଼ ତଳକୁ ଖସି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୦ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଅନୁସାରେ, ଲୁମ୍ବିନୀ ପ୍ରଦେଶର ଅର୍ଘାଖାଞ୍ଚି ଜିଲ୍ଲାର ଏକ ମୋଡ଼ରେ ଗାଡ଼ିର ବ୍ରେକ୍ ଫେଲ୍ ହୋଇଯିବାରୁ ଏହି ଦୁର୍ଘଟଣା ଘଟିଥିଲା।

ଦୁର୍ଘଟଣା ଘଟିବା ସମୟରେ ମିନିବସ୍ ବୁଟୱାଲରୁ ପୁରକୋଟଦାହ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ଜଣେ ୧୦ ବର୍ଷୀୟ ଏବଂ ଜଣେ ୧୩ ବର୍ଷୀୟ ଶିଶୁର ମୃତ୍ୟୁ ଘଟିଛି, ଅନ୍ୟ ୨୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ଚାରି ଜଣଙ୍କ ଅବସ୍ଥା ଗୁରୁତର ଅଛି। ପୋଲିସ ଦେଇଥିବା ସୂଚନା ଅନୁସାରେ, ମିନିବସ୍‌ରେ ୨୬ ଜଣ ଯାତ୍ରୀ ଥିଲେ, ଯଦିଓ ଏହାର ବସିବା କ୍ଷମତା ମାତ୍ର ୧୬ ଥିଲା। ବ୍ରେକ୍ ଫେଲ୍ ଏବଂ ଓଭରଲୋଡିଂ ଯୋଗୁଁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking