26.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶସୋମବାର ଟିମ୍‌ରେ ଯୋଗଦେବେ ବୁମ୍‌ରା

ସୋମବାର ଟିମ୍‌ରେ ଯୋଗଦେବେ ବୁମ୍‌ରା

ବେଙ୍ଗାଲୁରୁ: ଚଳିତ ଆଇପିଏଲ୍ ସିଜନ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖିଥିବା ପାଞ୍ଚଥରର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖୁସି ଖବର। ଫାଷ୍ଟ୍ ବୋଲର୍ ଜସ୍‌ପ୍ରୀତ୍ ବୁମ୍‌ରା ଆଗାମୀ ଦୁଇଦିନ ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମ୍ପ୍‌ରେ ଯୋଗଦେବେ। ବୁମ୍‌ରାଙ୍କୁ ବିସିସିଆଇର ସେଣ୍ଟର ଅଫ୍ ଏକ୍ସେଲେନ୍ସ (ସିଓଇ)ର ମେଡିକାଲ୍ ଟିମ୍ ପକ୍ଷରୁ ଫିଟ୍‌ନେସ୍ କ୍ଲିୟରାନ୍ସ ମିଳିଛି। ସ୍ପୋର୍ଟ୍ସ ଟୁଡେ ସୂତ୍ର ଅନୁସାରେ ବୁମ୍‌ରା ଏପ୍ରିଲ୍ ୭ରେ ହେବାକୁ ଥିବା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ବିପକ୍ଷ ମ୍ୟାଚ୍ ପୂର୍ବରୁ ଟିମ୍‌ରେ ଯୋଗଦେବେ। ତେବେ ତାଙ୍କର ଏହି ମ୍ୟାଚ୍‌ରେ ଖେଳିବାର ସମ୍ଭାବନା ନାହିଁ। ବୁମ୍‌ରା ଚଳିତ ଆଇପିଏଲ୍ ସିଜନ୍‌ର ପ୍ରଥମ ଚାରିଟି ମ୍ୟାଚ୍‌ରୁ ବାହାରେ ରହିଛନ୍ତି। ନିକଟରେ ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷ ଘରୋଇ ସିିରିଜ୍ ଏବଂ ଚାମ୍ପିଅନ୍ସ ଟ୍ରଫି ୨୦୨୫ରୁ ମଧ୍ୟ ବାହାରରେ ରହିବାକୁ ପଡ଼ିଥିଲା। ସୂତ୍ର ଅନୁସାରେ ବୁମ୍‌ରାଙ୍କୁ ମ୍ୟାଚ୍ ଫିଟ୍ ଘୋଷଣା କରାଯିବା ପରେ କେତେକ ମ୍ୟାଚ୍ ସିମୁଲେସନ୍ ଦେଇ ଗତି କରିବାକୁ ହେବ। ସିଓଆଇ ମେଡିକାଲ୍ ଟିମ୍ ତାଙ୍କୁ କ୍ଲିୟରାନ୍ସ ଦେଇଥିଲେ ମଧ୍ୟ ସିମୁଲେସନ୍ ଗେମ୍ସ ଅବସରରେ ସେ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାନେଜମେଣ୍ଟ୍‌ର ତୀକ୍ଷ୍ଣ ନଜରରେ ରହିବେ। ଏହି କାରଣରୁ ଆର୍‌ସିବି ବିପକ୍ଷରେ ତାଙ୍କର ଖେଳିବା ସମ୍ଭାବନା ବହୁତ କମ୍‌।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking