17.1 C
Bhubaneswar
Sunday, February 8, 2026
Homeଖେଳ୫ ୱିକେଟ୍ ନେଇ ଇତିହାସ ରଚିଲେ ବୁମ୍‌ରା

୫ ୱିକେଟ୍ ନେଇ ଇତିହାସ ରଚିଲେ ବୁମ୍‌ରା

ନୂଆଦିଲ୍ଲୀ: ମ୍ୟାଚ୍‌ର ଦ୍ୱିତୀୟ ଦିନ ଆଜି ଅନୁଷ୍ଠିତ ହୋଇଥିଲା। ପ୍ରଥମ ବ୍ୟାଟିଂରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ସାତ ୱିକେଟ୍ ହରାଇ ପରେ ୪୦୫ ରନ୍ ସଂଗ୍ରହ କରିଛି। ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ମିଚେଲ ଷ୍ଟାର୍କ ୭ ରନ୍‌ରେ ଅପରାଜିତ ଥିବାବେଳେ ଆଲେକ୍ସ କେରି ୪୫ ରନ୍‌ରେ ଅପରାଜିତ ରହିଛନ୍ତି। ଟ୍ରାଭିସ୍ ହେଡ୍ ୧୫୨ ରନ୍ ଏବଂ ଷ୍ଟିଭ୍ ସ୍ମିଥ୍ ୧୦୧ ରନ୍ ସଂଗ୍ରହ କରିଛନ୍ତି। ଜସପ୍ରୀତ ବୁମ୍‌ରା ଭାରତ ପାଇଁ ୫ ୱିକେଟ୍ ନେଇଥିଲେ। ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ବ୍ରିସବେନର ଗାବା ଷ୍ଟାଡିୟମରେ ଖେଳା ଯାଉଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଶନିବାର ଦିନ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନ ବର୍ଷା ଯୋଗୁ ବ୍ୟାହତ ହୋଇଥିଲା। କେବଳ ୧୩.୨ ଓଭର ଖେଳାଯାଇପାରିଥିଲା। ଆଜି ଅଷ୍ଟ୍ରେଲିଆ କୌଣସି ୱିକେଟ୍ ନ ହରାଇ ୨୮ ରନ୍‌ରୁ ଆରମ୍ଭ କରି ଦ୍ୱିତୀୟ ଦିନରେ ସେଥିରେ ୩୭୭ ରନ୍ ଯୋଡ଼ିବା ସହିତ ୭ ୱିକେଟ୍ ହରାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking