ଝାରସୁଗୁଡ଼ା: ରେଲୱେ କର୍ମଚାରୀଙ୍କ ଘର ଉପରକୁ ଗୁଳିମାଡ଼। ଝାରସୁଗୁଡ଼ା ସହରର ରେଲୱେ କଲୋନୀରେ ଦୁର୍ବୃତ୍ତର ଗୁଳିମାଡ଼। ବିଳମ୍ବିତ ରାତିରେ ୪ ରାଉଣ୍ଡ ଗୁଳିମାଡ଼ କରିଛି ଦୁର୍ବୃତ୍ତ। ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ। ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ଏସ୍ପି ପହଞ୍ଚି ତଦାରଖ କରୁଛନ୍ତି। ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି।










