30.1 C
Bhubaneswar
Saturday, March 14, 2026
Homeଦେଶ ବିଦେଶପକେଟରେ ଫୁଟିଲା ଗୁଳି: ଜଣେ ମୃତ

ପକେଟରେ ଫୁଟିଲା ଗୁଳି: ଜଣେ ମୃତ

ପଞ୍ଜାବ: ପଞ୍ଜାବରେ ପକେଟରେ ଗୁଳି ଫୁଟି ଜଣେ ମୃତ। ବ୍ୟକ୍ତିଙ୍କ ପକେଟରେ ପଡ଼ିଥିବା ଲାଇସେନ୍ସପ୍ରାପ୍ତ ପିସ୍ତଲଟି ଦୁର୍ଘଟଣାବଶତଃ ଫୁଟି ଯିବାରୁ ତାଙ୍କର ମୃତ୍ୟୁ ହୋଇଛି। ମୃତକଙ୍କୁ ୩୨ ବର୍ଷୀୟ ହରଜିନ୍ଦର ସିଂହ ବୋଲି ଚିହ୍ନଟ କରାଯାଇଛି। ମଙ୍ଗଳବାର ଦିନ ଏହି ଘଟଣା ଘଟିଥିଲା ତାଙ୍କ ବାପା ଦର୍ଶନ ସିଂହ ସମ୍ପ୍ରତି ପଞ୍ଚାୟତ ସମିତି ସଦସ୍ୟ ନିର୍ବାଚିତ ହୋଇଥିବାରୁ ହରଜିନ୍ଦର ସିଂହଙ୍କ ଘରେ ଉତ୍ସବ ପାଳନ କରାଯାଉଥିଲା। ହରଜିନ୍ଦର ସୋଫାରୁ ଉଠିବା ସମୟରେ ତାଙ୍କ ପକେଟରେ ଥିବା ଲୋଡେଡ୍ ପିସ୍ତଲଟି ଦୁର୍ଘଟଣାବଶତଃ ଫୁଟିଗଲା ଏବଂ ଏକ ଗୁଳି ତାଙ୍କୁ ବାଜିଲା। ତାଙ୍କ ପରିବାର ସଦସ୍ୟ ଏବଂ ଅତିଥିମାନେ ତାଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲକୁ ନେଇଯାଇଥିଲେ, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking