18.1 C
Bhubaneswar
Monday, February 2, 2026
Homeଦେଶ ବିଦେଶଭୁଶୁଡ଼ିଲା କୋଠା: ୫ ମୃତ

ଭୁଶୁଡ଼ିଲା କୋଠା: ୫ ମୃତ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ପ୍ରବଳ ବର୍ଷା କାରଣରୁ ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ିବା ପରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଫସି ରହିଛନ୍ତି। ଏହି ଘଟଣା ହେନୁର୍‌ ଅଞ୍ଚଳରେ ଘଟିଛି ବୋଲି ଅଧିକାରୀ କହିଛନ୍ତି। କୋଠା ଭୁଶୁଡ଼ିବା ପରେ ଉଦ୍ଧାର କାର୍ଯ୍ୟ ପାଇଁ ଅଗ୍ନିଶମ ଏବଂ ଜରୁରୀକାଳୀନ ବିଭାଗରୁ ଦୁଇଟି ଉଦ୍ଧାରକାରୀ ବାହିନୀ ନିୟୋଜିତ କରାଯାଇଛି। ଏନେଇ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ଏଜେନ୍ସିର ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଉକ୍ତ ସ୍ଥାନରେ ଟାଇଲ କାମ ପାଇଁ ଚୁକ୍ତି କରିଥିବା ଅହମ୍ମଦଙ୍କ କହିବାନୁସାରେ, ବିଲ୍ଡିଂରେ ଟାଇଲ କର୍ମଚାରୀ, କଂକ୍ରିଟ କର୍ମଚାରୀ ଏବଂ ପାଣିପାଇପ୍‌ କାମ କରୁଥିବା କର୍ମଚାରୀଙ୍କ ସମେତ ୨୦ ଜଣ ଶ୍ରମିକ ଥିଲେ। ସେ ଅଭିଯୋଗ କରିଛନ୍ତି ଯେ ବେସମେଣ୍ଟ ଦୁର୍ବଳ ଥିଲା, ଯାହା ଭୁଶୁଡ଼ିବାର କାରଣ ହୋଇ ଥାଇପାରେ। ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ଘଟଣା ସମୟରେ ବିଲଡିଂ ଭିତରେ ମୋଟ ୨୧ ଜଣ ଶ୍ରମିକ ଉପସ୍ଥିତ ଥିଲେ ଏବଂ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି। ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking