33.1 C
Bhubaneswar
Wednesday, April 1, 2026
Homeଓଡିଶା୨୦୩୬ ମସିହା ସୁଦ୍ଧା ‘ସମୃଦ୍ଧ ଓଡ଼ିଶା’ ଗଢ଼ି ତୋଳିବା : ମନମୋହନ ସାମଲ

୨୦୩୬ ମସିହା ସୁଦ୍ଧା ‘ସମୃଦ୍ଧ ଓଡ଼ିଶା’ ଗଢ଼ି ତୋଳିବା : ମନମୋହନ ସାମଲ

ଭୁବନେଶ୍ୱର : ୧୯୩୬ ମସିହା ଏପ୍ରିଲ ୧ ଓଡ଼ିଶା ଇତିହାସର ଏକ ଅବିସ୍ମରଣୀୟ ଦିନ । ଏହା ସବୁ ଓଡ଼ିଆଙ୍କ ପାଇଁ ପ୍ରେରଣା ଓ ସ୍ୱାଭିମାନର ଦିନ । ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମହାରାଜାଙ୍କ ପରି ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କ ସଂଘର୍ଷ ଯୋଗୁ ଓଡ଼ିଆ ଭାଷାର ସୁରକ୍ଷା ହେବା ସହ ସ୍ୱତନ୍ତ୍ର ଓଡିଶା ଗଠନ ସମ୍ଭବ ହୋଇଥିଲା । ସେମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ୨୦୩୬ ମସିହାରେ ସମୃଦ୍ଧ ଓଡ଼ିଶା ଗଢ଼ିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯେଉଁ ସମ୍ଭାବନା ଦେଖିଛନ୍ତି ତାହାକୁ ପୂରଣ କରିବା ପାଇଁ ସମସ୍ତଙ୍କୁ ସଂକଳ୍ପ ନେବାକୁ ହେବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।ଓଡ଼ିଶା ଦିବସ ପାଳନ ଅବସରରେ ଭୁବନେଶ୍ୱରଠାରେ ଓଡ଼ିଶାର ମହାନ ବରପୁତ୍ରମାନଙ୍କ ପ୍ରତିମୂର୍ତିରେ ପୁଷ୍ପାଞ୍ଜଳି ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶ୍ରୀ ସାମଲ କହିଛନ୍ତି ଯେ, ବିକଶିତ ଭାରତ ଗଠନରେ ଓଡ଼ିଶାର ସର୍ବାଧିକ ଯୋଗଦାନ ରହିବ । ଓଡ଼ିଶାରେ ଥିବା ଅପାର ସମ୍ଭାବନାର ସମ୍ପୂର୍ଣ୍ଣ ବିନିଯୋଗ ଯେପରି କରାଯାଇପାରିବ, ସେନେଇ ବିଜେପି ସରକାର ସଂକଳ୍ପବଦ୍ଧ । ଏଠାକାର ମାନବ ସମ୍ବଳଠାରୁ ଆରମ୍ଭ କରି ଜଳସମ୍ପଦ, ଖଣିଜସମ୍ପଦର ସଦୁପଯୋଗ କରି ଓଡ଼ିଶାକୁ ଦେଶର ୧ ନମ୍ବର ରାଜ୍ୟଭାବେ ଗଢ଼ି ତୋଳିବା ପାଇଁ ଡବଲଇଞ୍ଜିନ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ସାମଲ କହିବା ସହ ଓଡ଼ିଶା ଦିବସ ଉପଲକ୍ଷେ ସାଢ଼େ ୪କୋଟି ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ବାବୁ ସିଂ, ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି, ରାଜ୍ୟ ସମ୍ପାଦକ ସରୋଜ କର, ଭୁବନେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର ଓ ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking