ଭୁବନେଶ୍ୱର : ବିଜେବି ଯୁକ୍ତ ଦୁଇ କଲେଜ ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ। ଏକାଧିକ ବାର ହଷ୍ଟେଲ ଖାଦ୍ୟରୁ ପୋକ ବାହାରୁଥିବା ଅଭିଯୋଗ ହୋଇଛି । ହଷ୍ଟେଲ ଅଧୀକ୍ଷକଙ୍କୁ ଜଣାଇଲେ ବି ସୁଫଳ ମିଳୁନଥିବାରୁ ଛାତ୍ରୀ ଅଶାନ୍ତି ଦେଖାଯାଇଛି। ଏନେଇ କଲେଜ ଅଧ୍ୟକ୍ଷକଙ୍କୁ ଅଭିଯୋଗ କଲେ +୨ ଛାତ୍ରୀ। ତେବେ ବଡ ପ୍ରଶ୍ନ ଉଠୁଛି ଯେ ଏଭଳି ନିମ୍ନ ମାନର ଖାଦ୍ୟ ଯଦି ଛାତ୍ର ଛାତ୍ରୀ ଖାନ୍ତି , ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହେଲେ ଦାୟୀ କିଏ ରହିବ ?










