26.1 C
Bhubaneswar
Thursday, April 2, 2026
Homeଦେଶ ବିଦେଶବଜେଟ୍ ହେବ ଐତିହାସିକ: ପ୍ରଧାନମନ୍ତ୍ରୀ

ବଜେଟ୍ ହେବ ଐତିହାସିକ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ବଜେଟ ଅଧିବେଶନ ବଜେଟ୍ ଅଧିବେଶନ । ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧିତ କରିଥିଲେ । ତାଙ୍କ ଅଭିଭାଷଣରେ ସେ ବଜେଟ୍ ଅଧିବେଶନର ଏଜେଣ୍ଡା ସମ୍ବନ୍ଧରେ ଅନେକ କଥା କହିଛନ୍ତି । ଭାଷଣ ଆରମ୍ଭରେ ପ୍ରଧାନମନ୍ତ୍ରୀ ମୋଦୀ ଧନ ଦେବୀ ମା’ ଲକ୍ଷ୍ମୀଙ୍କୁ ମନେ ପକାଇ ସମୃଦ୍ଧିର ଦେବୀଙ୍କୁ ପ୍ରଶଂସା କରିଥିଲେ । ସେ କହିଛନ୍ତି ଯେ ସମୃଦ୍ଧିର ଦେବୀ ମା’ ଲକ୍ଷ୍ମୀଙ୍କୁ ପ୍ରଣାମ କରୁଛି । ‘ମା’ ଲକ୍ଷ୍ମୀ ସିଦ୍ଧି ଓ ବିକାଶ ପ୍ରତୀକ । ଗରୀବଙ୍କ ଉପରେ ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ରହୁ । ଗରିବ ଓ ମଧ୍ୟମବର୍ଗ ଉପରେ ମା’ ଆଶୀର୍ବାଦ କରନ୍ତୁ । ଏଥିସହିତ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ଆମ ଗଣତନ୍ତ୍ରର ୪୫ ବର୍ଷ ପୂରଣ ହୋଇଛି । ପ୍ରତ୍ୟେକ ଦେଶବାସୀଙ୍କ ପାଇଁ ଏହା ଏକ ଗର୍ବର ସମୟ | ଭାରତର ସାମର୍ଥ୍ୟ ଏହାକୁ ବିଶ୍ୱର ଗଣତାନ୍ତ୍ରିକ ବିଶ୍ୱ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରିଥାଏ | ତୃତୀୟ ଥର ପାଇଁ ଦେଶର ଲୋକମାନେ ବଜେଟ୍ ଉପସ୍ଥାପନ କରିବା ସୁଯୋଗ ଦେଇଛନ୍ତି । ଏହା ହେଉଛି ତୃତୀୟ ଅବଧିର ପ୍ରଥମ ପୂର୍ଣ୍ଣ ବଜେଟ୍ | ମୁଁ ଆତ୍ମବିଶ୍ୱାସରେ କହିପାରେ ଯେ ଯେତେବେଳେ ୨୦୪୭ ରେ ୧୦୦ ବର୍ଷର ସ୍ୱାଧୀନତା ପାଳନ କରାଯିବ, ଏହି ବଜେଟ୍ ଏକ ବିକଶିତ ଭାରତର ସମାଧାନରେ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିବ । ସର୍ବାଙ୍ଗୀନ ବିକାଶକୁ ଆମେ ଗୁରୁତ୍ୱ ଦେଉଛୁ । ମିଶନ ମୋଡରେ କାର୍ଯ୍ୟ ରୁଛନ୍ତି ସରକାର । ବିକଶିତ ଭାରତରେ ବିଶ୍ୱାସ ବଢୁଛି । ୨୦୪୭ ସୁଦ୍ଧା ବିକଶିତ ଭାରତ ସଂକଲ୍ପ କରିଛି । ସଂସଦ ଚଳିତ ବର୍ଷର ବଜେଟ୍ ହେବ ଐତିହାସିକ ବଜେଟ୍ । ଅନେକ ଐତିହାସିକ ବିଲ୍ ଉପରେ ହେବ ଆଲୋଚନା । ବଜେଟ୍‌ରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ । ନାରୀ ଶକ୍ତିର ଗୌରବକୁ ସ୍ଥାପନ କରିବାକୁ ପଡିବ । ନାରୀଙ୍କୁ ସଶକ୍ତ କରିବାକୁ ପଦକ୍ଷେପ ନିଆଯିବ । ନାରୀଙ୍କ ଅଧିକାର ପାଇଁ ନିଷ୍ପତ୍ତି ନିଆଯିବ । ବଜେଟ୍ ମହିଳାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସମ୍ଭାବନା ରହିଛି । ଦେଶକୁ ସୁଦୃଢ କରିବାକୁ ପଦକ୍ଷେପ ନିଆଯିବ । ଆସନ୍ତାକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କ୍ରମାଗତ ଅଷ୍ଟମ ବଜେଟ୍ ଉପସ୍ଥାପନ କରିବେ। ଗତ ଅଢେଇରୁ ତିନି ଦଶନ୍ଧି ମଧ୍ୟରେ ଏହା ପ୍ରଥମ ଥର ହେବ ଅର୍ଥମନ୍ତ୍ରୀ କ୍ରମାଗତ ଅଷ୍ଟମ ଥର ପାଇଁ ବଜେଟ୍ ଉପସ୍ଥାପନ କରିବେ। ନିର୍ମଳା ପୂର୍ବରୁ ଅରୁଣ ଜେଟଲୀ ପାଞ୍ଚ ବର୍ଷ ଅର୍ଥମନ୍ତ୍ରୀ ଥିଲେ, କିନ୍ତୁ ଅସୁସ୍ଥତା ହେତୁ ସେ ମଧ୍ୟ ଥରେ ବଜେଟ ଉପସ୍ଥାପନ କରିପାରିନଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking