18.1 C
Bhubaneswar
Friday, January 17, 2025
Homeଦେଶ ବିଦେଶଜାନୁଆରି ୩୧ରୁ ସଂସଦର ବଜେଟ୍ ଅଧିବେଶନ

ଜାନୁଆରି ୩୧ରୁ ସଂସଦର ବଜେଟ୍ ଅଧିବେଶନ

ନୂଆଦିଲ୍ଲୀ : ସଂସଦର ବଜେଟ୍ ଅଧିବେଶନ ଜାନୁଆରି ୩୧ରୁ ଆରମ୍ଭ ହେବ। ପ୍ରଥମ ଦିନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ହେବ ଏବଂ ଫେବ୍ରୁଆରି ପହିଲାରେ ବଜେଟ୍ ଉପସ୍ଥାପନ ହେବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ ।ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରି ୩୧ରୁ ଫେବ୍ରୁଆରି ୧୩ ଏବଂ ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୦ରୁ ଏପ୍ରିଲ ୪ ପର୍ଯ୍ୟନ୍ତ ଚାଲିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ। ପ୍ରତିଥର ଭଳି ଏଥର ମଧ୍ୟ ଅର୍ଥମନ୍ତ୍ରୀ ଫେବ୍ରୁଆରି ପହିଲାରେ ସାଧାରଣ ବଜେଟ୍ ଉପସ୍ଥାପନ କରିବେ। ସଂସଦର ଉଭୟ ଗୃହର ମିଳିତ ଅଧିବେଶନ ପରେ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରାଯିବ। ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୦ରୁ ଏପ୍ରିଲ ୪ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନରେ ଦିଲ୍ଲୀ ନିର୍ବାଚନ ଦିନ ସଂସଦର କୌଣସି କାର୍ଯ୍ୟକଳାପ ହେବ ନାହିଁ। ଫେବ୍ରୁଆରି ୩ ତାରିଖରୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking