ଭୁବନେଶ୍ୱର: ରାଜ୍ୟ ବଜେଟ ଉପସ୍ଥାପନା କଲେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ । ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରାଯାଉଛି । ୩ ଲକ୍ଷ ୧୦ ହଜାର କୋଟିର ବଜେଟ ଉପସ୍ଥାପନା କରାଯାଇଛି । ଗତ ବର୍ଷ ତୁଳନାରେ ୬.୯ ପ୍ରତିଶତ ବୃଦ୍ଧି ହୋଇଛି । ତେବେ ଜାଣନ୍ତୁ କେଉଁ କ୍ଷେତ୍ରକୁ କେତେ ମିଳିଛି ।
-ପ୍ରଶାସନିକ ଖର୍ଚ୍ଚ ପାଇଁ ୧ ଲକ୍ଷ ୧୪ ହଜାର କୋଟି ଟଙ୍କାର ବ୍ୟବସ୍ଥା ରହିଛି ।
– ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ଲାଇବ୍ରେରୀ କେନ୍ଦ୍ର ପାଇଁ ୧ ହଜାର କୋଟି ବ୍ୟୟବରାଦ କରାଯାଇଛି ।
-ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ସମର୍ପଣ ନାଁରେ ଅନଲାଇନ ଡିଜିଟାଲ ହୁଣ୍ଡି କରାଯାଇଛି ।
-ରତ୍ନଭଣ୍ଡାର ଗଣତିମଣତି ପାଇଁ ୫ କୋଟି ଟଙ୍କା ପ୍ରସ୍ତାବ ରହିଛି ।
-ବଜେଟରେ ଭିବି- ଜି ରାମଜି ପାଇଁ ୫୫୭୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
– ସମୃଦ୍ଧ ଅଙ୍ଗନବାଡି ଯୋଜନା ପାଇଁ ୬୩୫ କୋଟି ବ୍ୟୟବରାଦ କରାଯାଇଛି ।
-୧୦୦ ସ୍ମାର୍ଟ ଫାର୍ମ ମାର୍କେଟ ବା ମଡେଲ ମଣ୍ଡି ପାଇଁ ୧୦୦ କୋଟି ରହିଛି ।
-ଡାଲଖାଇ ପାଇଁ ବ୍ୟୟ ଅଟକଳ ୨୨୦ କୋଟି ରହିଛି ।
-ଫିଟ ଓଡିଶା ପାଇଁ ୧୦ କୋଟି ରହିଛି ।
-ସିଏମ ସ୍ମାର୍ଟ ମିଶନ ପାଇଁ ୧୦୦ କୋଟି ଟଙ୍କା ରହିଛି ।
-ବିଶ୍ୱର ବୃହତ ଶସ୍ୟ ଷ୍ଟୋରେଜ ଯୋଜନା ପାଇଁ ୨୪୦ କୋଟି ରହିଛି ।
– ରେୟାର ଆର୍ଥ କରିଡର ପାଇଁ ୧୦ କୋଟି ଟଙ୍କା ରହିଛି ।
– ରାଜ୍ୟ ଏଆଇ ମିଶନ ପାଇଁ ୨୩ କୋଟି ଟଙ୍କା ବ୍ୟୟବରାଦ ରହିଛି ।
– ଟୁରିଜିମ ଲ୍ୟାଣ୍ଡ ବ୍ୟାଙ୍କ ସ୍କିମ ବାବଦକୁ ୧୫୦ କୋଟି ଟଙ୍କା ର ପ୍ରସ୍ତାବ ରହିଛି ।
-ଘରୋଇ ଉତ୍ପାଦ ଜିଏସଡିପି ୧୧ ଲକ୍ଷ ୭ କୋଟି ଟଙ୍କା ର ପ୍ରସ୍ତାବ ରହିଛି ।
-୧୨% ନାମମାତ୍ର ଅଭିବୃଦ୍ଧି ଲକ୍ଷ୍ୟ ରଖାଯାଇଛି ।
-ସ୍ୱାସ୍ଥ୍ୟ ବିଭାଗକୁ ୨୩୧୮୨ କୋଟି ଟଙ୍କା ର ପ୍ରସ୍ତାବ ରହିଛି ।
-ପଞ୍ଚାୟତିରାଜ ଓ ପାନୀୟଜଳ- ୩୧୯୯୭ କୋଟି ଟଙ୍କା ର ପ୍ରସ୍ତାବ ରହିଛି ।
-ସ୍କୁଲ ଓ ଗଣଶିକ୍ଷା – ୩୧୯୯୭ କୋଟି ଟଙ୍କାର ପ୍ରସ୍ତାବ ରହିଛି ।
-ମହିଳା ଓ ଶିଶୁ ବିକାଶ ପାଇଁ ୧୬୧୫୨ କୋଟି ଟଙ୍କାର ପ୍ରସ୍ତାବ ରହିଛି ।










