23.1 C
Bhubaneswar
Tuesday, February 3, 2026
Homeଓଡିଶାମାଓବାଦୀଙ୍କୁ ବିଏସ୍‌ଏଫ୍ ଆଇଜିଙ୍କ କଡ଼ା ଚେତାବନୀ; ଆତ୍ମସମର୍ପଣ ନକଲେ ଏନ୍‌କାଉଣ୍ଟର

ମାଓବାଦୀଙ୍କୁ ବିଏସ୍‌ଏଫ୍ ଆଇଜିଙ୍କ କଡ଼ା ଚେତାବନୀ; ଆତ୍ମସମର୍ପଣ ନକଲେ ଏନ୍‌କାଉଣ୍ଟର

ଭୁବନେଶ୍ୱର: ଆତ୍ମସମର୍ପଣ କଲେ ସହଯୋଗ ମିଳିବ, ମୁଖ୍ୟସ୍ରୋତରେ ଫେରିପାରିବେ। ଆତ୍ମସମର୍ପଣ କର ନଚେତ୍ ଏନ୍‌କାଉଣ୍ଟର ହେବ। ମାଓବାଦୀଙ୍କୁ ଏଭଳି କଡ଼ା ଚେତାବନୀ ଦେଇଛନ୍ତି ବିଏସ୍‌ଏଫ୍ ଆଇଜି ଶିବ୍ ଆଧାର ଶ୍ରୀବାସ୍ତବ। ଶନିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏଭଳି ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଓଡ଼ିଶା ପୁଲିସର ମାଓ ଅପରେସନ ବହୁତ ଭଲ ଭାବରେ ହେଉଛି। କେକେବିଏନ୍ ରିଜନ ବା ବିଛିନ୍ନାଞ୍ଚଳ ଉପରେ ବିଏସ୍‌ଏଫ୍ ବିଶେଷ ନଜର ରହିଛି। ବର୍ତ୍ତମାନ ଓଡ଼ିଶାରେ ମାଓବାଦୀ ଛୋଟ ଛୋଟ ଗ୍ରୁପରେ ବିଚରଣ କରୁଛନ୍ତି। ହିଡ଼ମା ଭଳି ପ୍ରତିଟି ମାଓ ଲିଡର ଉପରେ ନଜର ରହିଛି। ବିଶେଷ କରି କନ୍ଧମାଳ, ବୌଦ୍ଧ, ମାଲକାନଗିରି, କଳାହାଣ୍ଡିରେ ବିଏସ୍‌ଏଫ୍ ଅଧିକାରୀ ମାନେ ନିୟୋଜିତ ଅଛନ୍ତି। ନକ୍ସଲଙ୍କୁ ନିପାତ କରିବା ସହ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ କାର୍ଯ୍ୟ କରୁଥିବା ବେଳେ ଦିନକୁ ଦିନ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ସହ ମାଓବାଦୀଙ୍କୁ ସାମ୍ନା କରୁଛି। ଆଉ ଓଡି଼ଶା ପୋଲିସ ସହ ଅନ୍ୟ କେନ୍ଦ୍ରୀୟ ଓ ରାଜ୍ୟ ଅପେରସନ ଟିମ ସହ ମିଶି ୨୦୧୦ରୁ ଓଡ଼ିଶାରେ ବିଏସଏଫ କାର୍ଯ୍ୟ କରିଆସୁଛି। ବିଚ୍ଛିନ୍ନାଞ୍ଚଳରେ ବିଏସ୍‌ଏଫ୍ ପହଞ୍ଚି ଲୋକଙ୍କୁ ସଚେତନ କରାଇବା ସହ ଗୋଟିଏ ଗୁଳି ଗୋଟିଏ ନକ୍ସଲ ପାଇଁ ରଖି “ଜୀବନ ପର୍ଯ୍ୟନ୍ତ କର୍ତ୍ତବ୍ୟର ଲକ୍ଷ୍ୟ’ ନେଇ ରାଜ୍ୟରେ ଶାନ୍ତି ସୁରକ୍ଷା ଓ ସମୃଦ୍ଧି ପାଇଁ କାର୍ଯ୍ୟ କରୁଥିବା ବେଳେ ୨୦୨୬ ସୁଦ୍ଧା ଓଡ଼ିଶାରେ ବି ମାଓ ନିପାତ ହେବେ ବୋଲି ସେ କହିଛନ୍ତି। ତେବେ ରାଜ୍ୟ ପୁଲିସ ଓ ବିଏସଏଫ ବିଭିନ୍ନ ଆଣ୍ଟି ନକ୍ସଲ ଅପେରସନ କରିଥିବା ବେଳେ ଚଳିତ ବର୍ଷ ମିଳିତ ଅପରେସନରେ ୧୯ଜଣ ମାଓବାଦୀ ନିହତ ହୋଇଥିବାବେଳେ ୬ଜଣ ଆତ୍ମସମର୍ପଣ କରିଛନ୍ତି। ୮ଜଣ ଗିରଫ ହୋଇଥିବାବେଳେ ୧୦ଟି ଆଇଡି, ୮ଟି ବନ୍ଧୁକ ,୧୪୮ଟି ଗୁଳି ୨୬୦ ଗ୍ରାମ ବିସ୍ଫୋରକ ,୬୪ଟି ଡିଟୋନେଟର ଜବତ ହୋଇଛି । ୨୦୧୦ରୁ ଏଯାବତ ୧୪ ଜଣ ବିଏସଏଫ ଯବାନ ରାଜ୍ୟର ମାଓ ଅପେରସନ ମିଶନରେ ଶହୀଦ ହୋଇଛି ବୋଲି ବିଏସଏଫ ଆଜି କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking