କେନ୍ଦୁଝର: ୩ ବର୍ଷର ଶିଶୁକୁ ନୃଶଂସ ହତ୍ୟା ଘଟଣା ସାମନାକୁ ଆସିଛି । ଦୁଇବ୍ୟକ୍ତିଙ୍କ ସହ କଳହ ଯୋଗୁଁ ବଳି ପଡିଲା ଶିଶୁ । ମଦପିଇ ଶିଶୁର ବାପ ସହ କରିଥିଲେ ଝଗଡା । ଅପହରଣ ପରେ କଚାଡି ମାରିଲେ ଅଭିଯୁକ୍ତ । ମୃତଦେହ ଗାଁ ନିକଟ କେନାଲ ନିକଟରୁ ଉଦ୍ଧାର କରାଯାଇଛି । ଝୁମ୍ପୁରା ଥାନା ଅର୍ନ୍ତଗତ ନହବେଡା ଗାଁର ଘଟଣା । ଘଟଣା ସ୍ଥଳରେ ଚମ୍ପୁଆ ଏସଡିପିଓ ଓ ଝୁମ୍ପୁରା ତହସିଲଦାର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।










