35.1 C
Bhubaneswar
Thursday, April 2, 2026
Homeଅପରାଧଯୁବତୀଙ୍କୁ ଜାଳି ନିର୍ମମ ହତ୍ୟା

ଯୁବତୀଙ୍କୁ ଜାଳି ନିର୍ମମ ହତ୍ୟା

ରାଉରକେଲା : ଯୁବତୀଙ୍କୁ ଜାଳି ହତ୍ୟା। ରାଉରକେଲା ରେଲୱେ ଷ୍ଟେସନ ନିକଟ ଏକ ହୋଟେଲ ରୁମରୁ ମିଳିଲା ଯୁବତୀଙ୍କ ମୃତଦେହ। ମୃତ ଯୁବତୀଙ୍କ ବାପା ପ୍ଲାଣ୍ଟ ସାଇଟ ଥାନାରେ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ମୃତ ଯୁବତୀ ଜଣକ ଗତକାଲି ସକାଳେ କମ୍ପ୍ୟୁଟର କ୍ଲାସ କରିବା ପାଇଁ ଘରୁ ଆସିଥିଲେ। ତାପରେ କ୍ଲାସ ଯିବା ବଦଳରେ ଏକ ହୋଟେଲରେ ଅଜୟ ସା’ ନାମକ ଜଣେ ସମ୍ପର୍କୀୟ ଭାଇଙ୍କ ସହ ରହିଥିଲେ। ପରେ ହୋଟେଲ ରୁମରେ ଯୁବତୀଙ୍କୁ ନିଆଁରେ ଜଳି ପଡିଥିବା ଅବସ୍ଥାରେ ଦେଖି ହୋଟେଲ କର୍ମଚାରୀ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲ ନେଇଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କର ମୃତ୍ୟୁ ହୋଇଥିଲା ।

ଅଜୟ ସା’ ହିଁ ଝିଅକୁ ହତ୍ୟା କରିଥିବା ମୃତ ଯୁବତୀଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି। ଅଜୟଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ମୃତ ଯୁବତୀ ଏବଂ ଅଜୟ ସା’ ୪ ରୁ ୫ ଥର ସେହି ହୋଟେଲକୁ ଆସି ରହିଥିବା ହୋଟେଲ ମ୍ୟାନେଜର କହିଛନ୍ତି। ସାଇଣ୍ଟିଫିକ ଟିମ ଓ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking