37.1 C
Bhubaneswar
Saturday, April 4, 2026
Homeଅପରାଧନାବାଳକଙ୍କୁ ନିର୍ମମ ହତ୍ୟା

ନାବାଳକଙ୍କୁ ନିର୍ମମ ହତ୍ୟା

ସମ୍ବଲପୁର : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନାବାଳକଙ୍କୁ ହତ୍ୟା । ଅଭିଯୁକ୍ତମାନେ ଛୁରି ଏବଂ ପେଚକସ୍‌ ତାଙ୍କ ଛାତିରେ ଭୁସି ହତ୍ୟା କରିଛନ୍ତି। ସ୍ଥାନୀୟ ଦାନୀପାଲି ଅଞ୍ଚଳରେ ଥିବା ପୋଲ ଉପରେ ମଙ୍ଗଳବାର ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟାର ଶିକାର ହୋଇଛନ୍ତି ସ୍ଥାନୀୟ ଅଞ୍ଚଳର ଅମିତ ସିଂହ। ଘଟଣା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି। ସୂଚନା ଅନୁସାନରେ, ମଙ୍ଗଳବାର ରାତ୍ରି ପ୍ରାୟ ୮ଟା ସମୟରେ ଅମିତଙ୍କ ସହିତ କିଛି ଯୁବକଙ୍କର ପୂର୍ବ ବିବାଦକୁ ନେଇ ଦାନୀପାଲି ରାମଚଣ୍ଡୀ ମନ୍ଦିର ନିକଟରେ ଥିବା ପୋଲ ଉପରେ ବିବାଦ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଉକ୍ତ ଯୁବକମାନେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଛୁରୀ, ପେଚକସ ଆଦିରେ ତାଙ୍କର ଛାତିକୁ ଆକ୍ରମଣ କରାଯାଇଥିଲା । ଫଳରେ ନାବାଳକ ଜଣକ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପାଖରେ ଥିବା ଏକ ଘରୋଇ ଡାକ୍ତରଖାନାକୁ ତୁରନ୍ତ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏଥି ସହ ଆଉ ଜଣେ ଯୁବକ ମଧ୍ୟ ଏହି ଘଟଣାରେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ସଦର ଏସଡିପିଓ ତୁଫାନ ବାଗଙ୍କୁ ପଚାରାଯିବାରୁ ସେ ଘଟଣାଟି ଘଟିଥିବା ସ୍ୱୀକାର କରିଥିବା ବେଳେ ତଦନ୍ତ ଚାଲିଛି ଏବଂ ମୃତ୍ୟୁବରଣ କରିଥିବା ଯୁବକ ଜଣକ ନାବାଳକ ବୋଲି କହିଛନ୍ତି। ଏହି ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ପୁଲିସ ଦଳ ଘଟଣାସ୍ଥଳକୁ ଯାଇଛନ୍ତି ବୋଲି କହିଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking