21.1 C
Bhubaneswar
Wednesday, January 14, 2026
Homeଅପରାଧଚିକେନ୍ ତରକାରୀ ପାଇଁ ସ୍ତ୍ରୀକୁ ହତ୍ୟା କଲା ନୃଶଂସ ସ୍ୱାମୀ

ଚିକେନ୍ ତରକାରୀ ପାଇଁ ସ୍ତ୍ରୀକୁ ହତ୍ୟା କଲା ନୃଶଂସ ସ୍ୱାମୀ

ଢେଙ୍କାନାଳ: ଚିକେନ୍ ତରକାରୀକୁ ନେଇ ଢେଙ୍କାନାଳ ଗଁନ୍ଦିଆ ଥାନା ଅନ୍ତର୍ଗତ ଧନିଆଁ ନାଳୀ ଗ୍ରାମର ମୁଣ୍ଡାସାହିରେ ତୁମୁଳକାଣ୍ଡ ଘଟିଛି। ଚିକେନ୍ ତରକାରୀ କରି ନଥିବାରୁ ସ୍ତ୍ରୀଙ୍କୁ ପିଟି ପିଟି ନିର୍ମମ ଭାବେ ହତ୍ୟା କରିଛି ନୃଶଂସ ସ୍ୱାମୀ। ସୂଚନା ଅନୁଯାୟୀ, ରବିବାର ରାତିରେ ଜେନା ମୁଣ୍ଡା ଚିକେନ ଆଣିବାକୁ ସ୍ତ୍ରୀ କୁନି ମୁଣ୍ଡାଙ୍କୁ ଶହେ ଟଙ୍କା ଦେଇ କୌଣସି କାମରେ ବାହାରକୁ ଚାଲିଯାଇଥିଲେ।

ହେଲେ ଫେରିବାବେଳକୁ ଘରେ ଚିକେନ୍ ତରକାରୀ ହୋଇ ନଥିବା ଦେଖି କୁନିଙ୍କ ସହ ଝଗଡ଼ା କରିଥିଲେ। ଆଉ ରାଗରେ କୁନିଙ୍କୁ ପିଟି ପିଟି ହତ୍ୟା କରିଥିଲେ। ସୋମବାର ଖବର ପାଇ ଗଁନ୍ଦିଆ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହା ସହ ମୃତ ମହିଳାଙ୍କ ଭାଇଙ୍କ ଅଭିଯୋଗ ଆଧାରରେ ଗଁନ୍ଦିଆ ଥାନାରେ ଏକ ହତ୍ୟା ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି। ଘଟଣାସ୍ଥଳରେ ଫରେନସିକ୍ ଟିମ୍‌? ମଧ୍ୟ ପହଞ୍ଚିଛି। ଘଟଣା ପରେ ଘରୁ ପଳାଇଥିବା ସ୍ୱାମୀଙ୍କୁ ପୁଲିସ ଗିରଫ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking